News
lipub
samparksetu

ଗଁଦିଆ ବ୍ଲକ ରେ ଧାନ ମଣ୍ଡିର ଶୁଭାରମ୍ଭ

ଢେଙ୍କାନାଳ ଜିଲା ଗଁଦିଆ ବ୍ଲକରେ ଶୁଭାରମ୍ଭ ହୋଇଛି ଧାନମଣ୍ଡି । ପ୍ରଥମ ଥର ସ୍ୱୟଂ ସହାୟକ ଗୋଷ୍ଠୀ ଚାଷୀ ମାନଙ୍କଠାରୁ ଧାନ କ୍ରୟରେ ନିଜକୁ ସାମିଲ କରିଛନ୍ତି ,ନିହଲପ୍ରସାଦ ସେବା ସମବାୟ ସମିତି ଠାରେ ଢେଙ୍କାନାଳ ଉପଜିଲ୍ଲାପାଳ ସ୍ନିଗ୍ଧା ରାଣୀ ଧଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ଧାନ ମଣ୍ଡିର ଶୁଭାରମ୍ଭ କରିଥିଲେ ।

ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ସି ଡି ପି ଓ ଉର୍ମିଳା ଦେଉରୀ ବ୍ଲକ ଯୋଗାଣ ଅଧିକାରୀ ସ୍ବର୍ଣ୍ଣପ୍ରଭା ଜେନା , ମିଶନ ଶକ୍ତି ସୁପରଭାଇଜର ସସ୍ମିତା ରାଉତ ପ୍ରମୁଖ ଉପସ୍ଥିତ ରହି କିପରି ଭାବରେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରିପାରିବେ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ ।

new life
You might also like
error: Content is protected !!