News
lipub
samparksetu

ମାତିଲେ ବାଇକ୍ ଲୁଟେରା ,ଦିବାଲୋକରେ ଝାମ୍ପିନେଲେ ୨ଲକ୍ଷ ୮୭ ହଜାର

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ ଠାରେ ବାଇକ୍ ଲୁଟେରା ମାନେ ମାରଣାସ୍ତ୍ର ଦେଖାଇ ସ୍ପଟ ଦିବା ଲୋକରେ ୨ଲକ୍ଷ ୮୭ ହଜାର ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିବାର
ଜଣାପଡିଛି ।

ଗଁଦିଆ ଥାନା ଦେଓଗାଁ ଠାରେ ଥିବା ସାଇ କିଶାନ ପେଟ୍ରୋଲ ପମ୍ପର ପରିଚାଳକ ଅପରାହ୍ନ ୨ଟା ୪୫ ମିନିଟ ସମୟରେ ଟାଙ୍କିରୁ ୨ଲକ୍ଷ ୮୭ ହଜାର ଟଙ୍କା ଏକ ବ୍ୟାଗରେ ରଖି ତାକୁ ନିଜ ବାଇକ୍‌ ଡିକିରେ ପୁରାଇ ରେନେନ୍ଦାପଶି ପାଟଣା ଗଁଦିଆ ଷ୍ଟେଟ ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ ।

ସେ ଟଙ୍କା ନେଇ ଯାଉଥିବା ବେଳେ ଝିଲ୍ଲୀ ଗ୍ରାମ ନିକଟରେପଛ ପାଖରୁ ଏକ ବାଇକ୍‌ରେ ଦୁଇଜଣ ଯୁବକ ତାଙ୍କୁ ଅଟକାଇବା ସହିତ ଟଙ୍କା ନଦେଲେ ଜୀବନରେ ମାରିଦେବାକୁ ଧମକଚମକ ଦେଇଥିଲେ । ପରେ ଟଙ୍କା ବ୍ୟାଗକୁ ନେଇ ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଥିଲେ । ଏହାପରେ ପରିଚାଳକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବାର ଜଣାପଡିଛି ।

new life
You might also like
error: Content is protected !!