ଗଁଦିଆ ଥାନା ଅନ୍ତର୍ଗତ ରାଇତଳା ପଞ୍ଚାୟତର କୋକେଇଦା ଗ୍ରାମରେ ଜଗନ୍ନାଥ ଆଗ୍ରୋଭିଟ ନାମକ କମ୍ପାନୀ କୋଟି କୋଟି ଟଙ୍କା ବିନିଯୋଗ କରି ପଲିଟ୍ରି ଫାର୍ମ କରିଛି। ଏହି ଫାର୍ମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଛି।
ପ୍ରକାଶ ଥାଉକି ଉକ୍ତ ଗ୍ରାମ ଠାରୁ ମାତ୍ର କେଇ ମିଟର ଦୂରତାରେ ଫାର୍ମଟି ତିଆରି ହେଉଥିଲା। ଲକ୍ଷାଧିକ କୁକୁଡ଼ା ରଖିବାର ବ୍ୟବସ୍ଥା ସହ ଏଠାରେ ଦାନା ଫାକ୍ଟୋରି ନିର୍ମାଣ ହେବାର ଯୋଜନା ରହିଛି।
ଗ୍ରାମବାସୀ ମାନେ ବିରୋଧ କରିବା ପରେ ତାହା ସ୍ଥଗିତ ରହିଥିଲା l ମାତ୍ର ପାଖ ଗ୍ରାମ କୁସିଦାରୁ ସେହି ଫାର୍ମରେ କାମ କରୁଥିବା କିଛି ଯୁବକ କୋକେଇଦା ଗ୍ରାମର ଝିଅ ବୋହୁଙ୍କୁ ଖରାପ କମେଣ୍ଟ ମରିବା ଏବଂ ଲୋକଙ୍କୁ କୁସିଦା ଗ୍ରାମ ଦେଇ ଯିବା ଆସିବା କଲାବେଳେ ଛେକି ବାଡେଇବା ପରି ଘଟଣା ମଧ୍ୟ ଘଟିଛି। ପ୍ରଶାସନର ବାରଣ ସତ୍ୱେ ଆଜି କୁସିଦାର ପିଲାମାନେ ଜୋର ଜବର ଦସ୍ତି ପୁଣି ଫାର୍ମ ପାଖରେ ରାସ୍ତା ଖୋଳୁଥିଲେ।
ଫଳରେ କୋକେଇଦା ଗ୍ରାମବାସୀ ମାନେ ସେମାନଙ୍କୁ ଅଟକ ରଖିଥିଲେ। ଏହା ସମ୍ପର୍କରେ ସୂଚନା ପାଇ ଗଁଦିଆ ଥାନାର ପିସିଆର ଭ୍ୟାନ ପହଞ୍ଚିଥିଲା। ଉତ୍ୟକ୍ତ ଗ୍ରାମବାସୀ ପୁଲିସକୁ ମଧ୍ୟ ଅଟକାଇ ଏହାର ସମାଧାନର ରାସ୍ତା ବାହାର କରିବା ପାଇଁ ଦାବି କରିଛନ୍ତି।
