ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ହତୁରା ପଂଚାୟତ ପଡା ହରିଡାଗୋଜ ଜଙ୍ଗଲ ରେ ଜଣେ ମହିଳାଙ୍କ ଉଲଗ୍ନ ମୃତଦେହ ପଡିଥିବା ଦେଖାଯାଇଛି । ମୃତଦେହ ଟି ଉଲଗ୍ନ ଅବସ୍ଥାରେ ପଡିଥିବା ବେଳେ ପେଟ , ହାତ , ଛାତି ଏବଂ ଜଂଘ ରେ କଟା ଦାଗ ରହିଛି । ମୁହଁ ଏବଂ ହାତ ପୋଡିଯିବା ପରି ଦେଖାଯାଉଛି ।
ତିନି ରୁ ଚାରି ଦିନ ହେବ ମୃତଦେହ ପଡିଥିବା ଅନୁମାନ କରାଯାଉଛି । ଶରୀର ରୁ ଦୂର୍ଗନ୍ଧ ବାହାରୁଛି । ଏପରି ସ୍ଥିତିରେ ଘଞ୍ଚ ଜଙ୍ଗଲରେ କିପରି ଜଣେ ମହିଳା ଙ୍କ ମୃତଦେହ ପଡିଲା ତାହା ସାଧାରଣ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେହି ହତ୍ୟା କରି ଏଭଳି ଜଙ୍ଗଲ ମଧ୍ୟରେ ଫିଙ୍ଗି ଦେଇଥିବା ଜଣାପଡୁଛି ।
