News
lipub
samparksetu

ପାନୀୟ ଜଳ ପ୍ରକଳ୍ପ ଅଚଳ ,ଅଥଚ ଦିଆଚାଲିଛି ବିଜୁଳି ବିଲ !

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ କୁକୁଟା ଗ୍ରାମପଂଚାୟତ ରେ ବାଦୀମୁଣ୍ଡା ପୋଖରୀ ରେ ପ୍ରାୟ ୨୦ ବର୍ଷ ତଳେ ଏକ ପାନୀୟ ଜଳ ପ୍ରକଳ୍ପ ର ଶୁଭାରମ୍ଭ କରାଯାଇ ପାଇପ ବିଛା ଯାଇ ପଂଚାୟତବାସୀ ଙ୍କୁ ପାନୀୟ ଜଳ ଯୋଗାଇବା ସମସ୍ତ ବ୍ୟବସ୍ଥା ହୋଇ ସାରି ଥିବା ବେଳେ କୌଣସି କାରଣ ରୁ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରି ନଥିଲା ପରବର୍ତୀ ସମୟରେ କୁକୁଟା ଗ୍ରାମ ର ଶେଷ ମୁଣ୍ଡ ରେ ଆଉ ଏକ ପାନୀୟ ଜଳ ପ୍ରକଳ୍ପ ଗଢି ଉଠିଲା ଏହି ପ୍ରକଳ୍ପ ହେବା ପରେ ଜନସାଧାରଣ ଙ୍କ ଆଶା ଥିଲା ସ୍ୱଚ୍ଛ ପାନୀୟ ଜଳ ଟିକିଏ ବ୍ୟବହାର କରି ପାରିବେ ପରିଶେଷରେ ସେ ଆଶା ଟିକକ ବି ମଉଳି ଗଲା ।

କୁକୁଟା ଗ୍ରାମ ପଂଚାୟତ ର ଜନସଂଖ୍ୟା ତିନି ହଜାର ରୁ ଅଧିକ ଥିବା ବେଳେ ନଳକୂପ ମାତ୍ର ୧୦ଟି ଫଳରେ ଆବଶ୍ୟକ ମୁତାବକ ପାନୀୟ ଜଳ ମିଳି ପାରୁନି ଏହି ପ୍ରକଳ୍ପ ଗୁଡିକ କଣ କାରଣ ପାଇଁ କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ ସେ ନେଇ ଗ୍ରାମବାସୀ କହନ୍ତି ବିଭାଗୀୟ ଅଧିକାରୀ ଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଏ ପ୍ରକଳ୍ପ ଅଧାପାନ୍ତରିଆ ରେ ରହିଗଲା ।

ତେବେ ଅଶ୍ୟାର୍ଯ୍ୟ ର କଥା ଏ ସବୁ ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ ହୋଇପାରିନଥିବା ବେଳେ ପଂଚାୟତ ଏ ବାବଦକୁ ବିଜୁଳି ବିଲ ପଇଠ କରୁଛି ଯାହା କି ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି

new life
You might also like
error: Content is protected !!