News
lipub
samparksetu

ପିଲା ଚୋର ସନ୍ଦେହରେ ଥାନାରେ ଅଭିଯୋଗ ; ପୋଲିସର ଅସଦ ବ୍ୟବହାର ଅଭିଯୋଗକୁ ନେଇ ୧୨ ଘଣ୍ଟିଆ ରାସ୍ତା ରୋକ

ହିନ୍ଦୋଳ ଉପଖଣ୍ଡରେ ପିଲା ଚୋରକୁ ନେଇ ଜନସାଧାରଣ ଆତଙ୍କିତ । ଗତ କାଲି ସଂନ୍ଧ୍ୟା ହିନ୍ଦୋଳ ଏନଏସି ୧୨ ନଂ ୱ।ର୍ଡ ରେ କ।ହ୍ନ।ବାଟୁଳ ବେହେରା ଙ୍କ ପୁଅ ବେହେରା ପିତା (୧୯) କୁ ଆଚେତ ଅବସ୍ଥାରେ ବାରିପଟ ଏକ ଗଛ ମୁଳୁ ଉଦ୍ଧାର କରି ହିନ୍ଦୋଳ ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଥିଲା , ସେଠାରୁ ତାଙ୍କୁ ଅନୁଗୁଳ ଡାକ୍ତର ଖାନାକୁ ପଠାଇ ଦେଇଥିଲେ ।

ଏ ବିଷୟରେ ଜନସାଧାରଣ କହିବା କଥା ତିନି ଜଣ ମୁଖା ଧାରି ବ୍ୟକ୍ତି ଉକ୍ତ ପିଲାଙ୍କୁ ରାସାୟନିକ ଦ୍ରବ୍ୟ ସୂଂଘାଇ ଅଚେତ କରାଇ ନେଇ ଯିବା ଉଦ୍ୟମ କରୁଥିଲେ ।

ଗ୍ରାମ ବାସୀଙ୍କ ପାଟି ତୁଣ୍ଡ ଶୁଣି ପିଲାଟିକୁ ଛାଡି ପଳାଇଥିଲେ, ଲୋକଙ୍କ କହିବା ଅନୁସାରେ ଏହି ଘଟଣାକୁ ନେଇ ହିନ୍ଦୋଳ ଥାନାକୁ ଅଭିଯୋଗ କରିବାକୁ ଯିବାକୁ ସେଠ।ରେ ଅଭିଯୋଗ କାରି ମାନଙ୍କୁ ଅସଦାଚରଣ କରା ଯାଇ ଥିଲା, ତେଣୁ ଲୋକ ମାନେ ଉତ୍ୟକ୍ତ ହୋଇ ରାତିରୁ ୧୨ଘଣ୍ଟା କାଳ ରାସ୍ତା ରୋକ କରିଥିବା ବେଳେ ହିନ୍ଦୋଳ ଉପଖଣ୍ଡର ଅତିରିକ୍ତ ଉପଜିଲ୍ଲାପାଳ ହିନ୍ଦୋଳ ଉପଖଣ୍ଡର ବାଲିମ ମୀ ଥାନା ଅଧିକାରୀ , ରାସୋଳ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଂଚି ଗ୍ରାମ ବାସୀଙ୍କୁ ବୁଝା ସୁଜା କଲାପରେ ରାସ୍ତା ରୋକ ହଟି ଥିଲା।

new life
You might also like
error: Content is protected !!