News
lipub
samparksetu

ମା ହରଚଣ୍ଡୀ ଯୁବକ ସଙ୍ଘ ତରଫରୁ ସ୍ୱାଧୀନତା ଦିବସ ପାଳନ

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ମା ହରଚଣ୍ଡୀ ଯୁବକ ସଙ୍ଘ ତରଫରୁ ୭୫ତମ ସ୍ୱାଧୀନତା ଦିବସ କରୋନା କଟକଣା କୁ ଆଖି ଆଗରେ ରଖି ପାଳନ ହୋଇଯାଇଛି ।

ଆଜିର ପବିତ୍ର ଦିବସ ରେ ମଙ୍ଗଳପୁର ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବଳରାମ ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତଳନ କରିବା ସହିତ ସ୍ୱାଧୀନତା ଦିବସ ପାଳନ ଉଦେଶ୍ୟରେ କିଛି ଶିକ୍ଷଣିୟ ବିଷୟ ବସ୍ତୁକୁ ଆଲୋକ ପାତ କରିଥିଲେ l ଯୁବକ ସଙ୍ଘ ର ସଭାପତି ଅବନୀ ବରାଳ, ଉପସଭାପତି ଦେବୀପ୍ରସାଦ ମହାନ୍ତି, ସମ୍ପାଦକ ବଦ୍ରୀନାଥ ବରାଳ, ସହ-ସମ୍ପାଦକ ଯଦୁମଣି ପୃଷ୍ଟି ଓ ସମସ୍ତ ସଭ୍ୟ ବୃନ୍ଦ ଉପସ୍ଥିତ ରହି ଜାତୀୟତାର ଭାବକୁ ହୃଦୟଙ୍ଗମ କରି ଜାତୀୟ ପତାକା କୁ ସମ୍ମାନ ଜଣାଇଥିଲେ l

ଅନ୍ନପୂର୍ଣ୍ଣା ସାହୁ, ସୁଶ୍ରୀ ସୁରଜିତା ସାହୁ ଓ ଲିନୁ ଜାତୀୟ ସଙ୍ଗୀତ ଗାନ କରିଥିଲେ l ସମସ୍ତ ମହାପୁରୁଷ ତଥା ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ନାମ ସ୍ମରଣାର୍ଥେ ଜୟଗାନ ଦେଇ ସଂଘର ପରିଚାଳକ ପ୍ରବୀଣ କୁମାର ଦାଶ କାର୍ଯ୍ୟ କୁ ପରିଚାଳନା କରିଥିଲେ l

new life
You might also like
error: Content is protected !!