News
lipub
samparksetu

ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଦଧିସିଙ୍ଗା ଗ୍ରାମର ଜନୈକ ବ୍ୟକ୍ତିଙ୍କ ୨୭ ବର୍ଷର ପୁଅ ବାହାର ରାଜ୍ୟକୁ ରୋଜଗାର କରିବା ଆଶାରେ ଦାଦନ ଖଟିବାକୁ ଯାଇଥିଲେ ।

ମାତ୍ର ଗତ ୪ ମାସ ହେବ ଯୋଗାଯୋଗ ବିଚ୍ଛିନ୍ନ ଥିବାରୁ ପରିବାର ଲୋକ ବହୁ ପରିଶ୍ରମ କରିବା ପରେ ଯୁବକଙ୍କ ପତା ପାଇନଥିବା ହେତୁ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ , ଉକ୍ତ ଗ୍ରାମର ପ୍ରହଲାଦ ମହାନ୍ତି ଏକମାତ୍ର ପୁଅ ନିର୍ମଳ ମହାନ୍ତି ( ୨୭) ଗତ ଅଗଷ୍ଟ ମାସ ୬ ତାରିଖରୁ ବିଶାଖାପାଟଣାରେ ଥିବା ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରିବାକୁ ଯାଇଥିଲେ । ସେ ଦିନ ଠାରୁ ତାଙ୍କର ପରିବାର ଲୋକଙ୍କ ସହ ଆଉ ଯୋଗାଯୋଗ ରହି ନଥିଲା ।

ଅନେକ ଥର ତାଙ୍କ ସାଙ୍ଗରେ ଯୋଗାଯୋଗ କରି ବିଫଳ ହେବା ପରେ ପରିବାର ଲୋକେ ଯୋରନ୍ଦା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଥାନା ଅଧିକାରୀ ପଙ୍କଜ ମାଝୀ ଏକ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି ।

new life
You might also like
error: Content is protected !!