News
lipub
samparksetu

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଘରୁ ଲକ୍ଷାଧିକ ଟଙ୍କା ଲୁଟ !

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ କାବେରା ଅଞ୍ଚଳରେ ସିରିଜ ଲୁଟ ଘଟିଛି । ଗତ ୫ମାସରେ ୫ଟି ଲୁଟ ଘଟଣା ଘଟିଥିଲେ ମଧ୍ୟ ପୋଲିସକୁ ସଫଳତା ମିଳିନାହିଁ।

ଆଜି ଚବିଶକୁଦ ଗ୍ରାମ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୈ।ରାଙ୍ଗ ଚରଣ ଦାସଙ୍କ ଘରୁ ଦୁବ୍ରୃତ ମାନେ ତାଲା ଭାଙ୍ଗି ଚୋରି କରିଛନ୍ତି । ଚୋରମାନେ ତାଙ୍କର ଘରର ମୂଖ୍ୟ ଦ୍ୱାର ଚାବି ଭାଙ୍ଗି ଘରଭିତରେ ପଶି ଶୋଇବା ଘର ଗଡରେଜ ଓ କାଠ ଆଲମିରା ଭାଙ୍ଗି ଲକର ରେ ଥିବା ସୁନା ଚୁଡ଼ି,ଚେନ୍ ,ମୁଦି , ପାଉଁଜି ଓ ପାଞ୍ଚ ହଜାର ଟଙ୍କା ଚୋରି କରିଥିବା ସେ ଏତଲାରେ ଦର୍ଶାଇଛନ୍ତି।

ଖବର ପାଇ ଯୋରନ୍ଦା ଫାଣ୍ଡି ଅଧିକାରୀ ପଙ୍କଜ ମାଝି,ସାଇଣ୍ଟିଫିକ ଅଫିସର ତପନ କୁମାର ପ୍ରଧାନଙ୍କ ଟିମ୍ ସହିତ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଗତ କାଲି କୀଚଜି ଦୁର୍ବୃତ୍ତ ଶ୍ରୀ ଦାସଙ୍କ ଘରୁ ଚୋରି କରିବା ପୂର୍ବରୁ ତାଙ୍କ ଘର ଠାରୁ ୨୦୦ମିଟର ଦୂରରେ ଥିବା ପ୍ରମୋଦ ଭଞ୍ଜଙ୍କର ବିଦେଶୀ କୁକୁରକୁ ବିଷ ଦେଇ ମାରିଦେଇଥିବା ସେ ଅଭିଯୋଗ କରିଛନ୍ତି। ।

ଗତ ମଙ୍ଗଳବାର ରାତିରେ ପ୍ରମୋଦ ଭଞ୍ଜଙ୍କ ଭାଇ ଶରତ ଭଞ୍ଜଙ୍କ ଫାର୍ମରୁ ୨ଟି ଚନ୍ଦନ କାଠ ଚୋରି କରିଛନ୍ତି ।ଗତ ୩ମାସ ତଳେ କାବେରା ଗ୍ରାମର ସନାତନ ରାଉଳଙ୍କୁ ଘର ଘର ଚାବି ଭାଙ୍ଗି ଚୋରମାନେ ତାଙ୍କର ଟିଭି ଓ ଅନ୍ୟାନ୍ୟ ଜିନିଷ ଚୋରି କରି ନେଇ ଥିଲେ ।

ସେହିପରି ଗତ ୫ମାସ ତଳେ ମାଧପୁର ଗ୍ରାମର ଅନ୍ତର୍ଯ୍ୟାମୀ ଦାସ ବନ୍ଧୁଙ୍କ ଘରକୁ ଯାଇଥିବା ବେଳେ ଦୁର୍ବୃତ୍ତ ମାନେ ତାଙ୍କ ଘରର ତାଲା ଭାଙ୍ଗି ଚୋରି କରିଥିଲେ । ଗତ ୫ମାସ ମଧ୍ୟରେ ଏହି ସବୁ ଘଟଣା ଘଟିଛି ।ଏହି ଘଟଣାରେ କିଛି ସ୍ଥାନୀୟ ଯୁବକ ସ°ପ୍ରୃକ୍ତ ଥିବା ସ୍ଥାନୀୟ ଲୋକମାନେ ଆଲୋଚନା କରୁଛନ୍ତି। ତେଣୁ ପୋଲିସ ତରଫରୁ ଦ୍ରୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଗ୍ରାମବାସୀ ହେମନ୍ତ କୁମାର ରାଉଳ,ଶ୍ରୀବତ୍ସ ନାୟକ, ପ୍ରମୋଦ କୁମାର ଭଞ୍ଜ,ଶରତ ଚନ୍ଦ୍ର ଦାସ, ଦେବରାଜ ,ସତ୍ୟାନନ୍ଦ ଦାସ ପ୍ରମୁଖ ଦାବୀ ଜଣାଇଛନ୍ତି ।

new life
You might also like
error: Content is protected !!