ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତରେ କଲ୍ୟାଣ ମଣ୍ଡପକୁ ନେଇ ବିବାଦ ଉପୁଜିଛି ।ସରକାରଙ୍କ ଅନୁଦାନରେ ଏକ କଲ୍ୟାଣ ମଣ୍ଡପ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ନିର୍ମାଣ ପାଇଁ
ପ୍ରଶସ୍ଥ ଜମି ରହିଛି । ଏଠାରେ କଲ୍ୟାଣ ମଣ୍ଡପ ନିର୍ମାଣ କରାଗଲେ ୩ଟି ଗ୍ରାମ ଏବଂ ୪ଟି ପଡାଗୋଡିସାହି,ବାହାଣିଆ ସାହି,ରାଏପୁର ସାହି,ଜେନା ସାହି ବାସିନ୍ଦା ମାନେ ଉପକୃତ ହୋଇପାରିବେ ।
କିନ୍ତୁ ସରପଞ୍ଚ କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ଜରିଆରେ ନୂଆଗାଁ ପଡିଆର ଖାତା ନଂ ୪୯୧ ପ୍ଲଟ ନଂ ୨୨୧୪ ରେ ନିର୍ମାଣ ଚେଷ୍ଟା ଚଳାଇଛନ୍ତି । ସରପ ଦେଇଥିବା ଜମିର ପରିମାଣ ମାତ୍ର ୧୦ଡେସିମିଲ
ରହିଥିବାବେଳେ ମଣ୍ଡପ ପାଇଁ ୧୦ହଜାର ବର୍ଗଫୁଟଜମିର ଆବଶ୍ୟକତା ରହିଛି ।
ଏହି ଜମି ଉପରେ ୨୦୦୨ମସିହାରେ ସରକାରୀ ଅନୁଦାନରେ ଦୁଇ ଟି ଘର ଅଦ୍ଧନିର୍ମିତ ହୋଇ ରହିଛି । ଏହି ଜମିରେ ଦୁଇ ଜଣ ଲୋକ ଘର ମଧ୍ୟ କରିଥିବାର ଜଣାପଡିଛି । ସେହି ପ୍ଲଟ ଉପରେ ଯାତ୍ରା ପେଣ୍ଡାଲ ମଧ୍ୟ ରହିଛି ।ଗ୍ରାମର ୨ ଜଣ ବ୍ୟକ୍ତି ଏହାକୁ ନେଇ ଅଭିଯୋଗ ମଧ୍ୟ କରିଛନ୍ତି ।
ସରପଞ୍ଚ ମନୋମୁଖୀ ଭାବରେ ଏହି କାର୍ଯ୍ୟ କରୁଥିବାରୁ ଅସନ୍ତୋଷ ବୃଦ୍ଧି ପାଇବା ସହିତ କଲ୍ୟାଣ ମଣ୍ଡପର ସ୍ଥାନ ପରିର୍ତ୍ତନ କରିବାକୁ
ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଲିଖିତ ଭାବରେଜଣାଇଛନ୍ତି । ଏ ସଂକ୍ରାନ୍ତରେ ଗ୍ରାମର ସଭାପତି ଧରଣୀଧର ବ୍ରହ୍ମ,ଅଜୟ ବିଶ୍ୱାଳ,ବସନ୍ତ କୁମାର ବ୍ରହ୍ମ ପ୍ରମୁଖ ଶତାଧିକ ଗ୍ରାମବାସୀଙ୍କ ସ୍ୱାକ୍ଷରରେ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି ।
