News
lipub
samparksetu

ଖେଳ ପଡିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର ; ଆତ୍ମହତ୍ୟା ସନ୍ଦେହ !

କୃଷିବିଭାଗ କର୍ମଚାରିଙ୍କ ବିଷ ପିଇ ଆତ୍ମହତ୍ୟା ସନ୍ଦେହ। ମୃତକ ହେଲେ କାମାକ୍ଷାନଗର କୃଷି ବିଭାଗର କର୍ମଚାରି ମନୋଜ ରାଉତ। ତାଙ୍କ ଘର କାମାକ୍ଷାନଗର ବ୍ଲକ ପିପଳା ଗ୍ରାମରେ।

ସୂଚନା ଅନୁଯାୟୀ , ସବୁଦିନ ଭଳି ଘରୁ ଅଫିସକୁ ଯିବା ଉଦେଶ୍ୟରେ ବାହାରି ଆସିଥିଲେ। କିନ୍ତୁ ଅଫିସରେ ପହଞ୍ଚି ନଥିଲେ। ଏବଂ ତାଙ୍କର ମୋବାଇଲ ସୁଇଜଅଫ ଥିଲା। ପରିବାର ଲୋକେ ବହୁ ଖୋଜା ଖୋଜି କରି କିଛିବି ସନ୍ଧାନ ପାଇନଥିଲେ। ପରେ ଗ୍ରାମର କିଛି ଯୁବକ ଗ୍ରାମର ଖେଳ ପଡିଆ ନିକଟରେ ମନୋଜ ପଡିଥିବାର ଦେଖିବାକୁ ପାଇଥିଲେ।

ପରିବିର ଲୋକଙ୍କୁ ଖବରଦେଇ କାମାକ୍ଷାନଗର ମେଡିକାଲକୁ ଆଣିଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ତାଙ୍କ ପାଟିରୁ ଫେଣ ବାହାରୁ ଥିଲା । ତେଣୁ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। କିନ୍ତୁ ପ୍ରକୃତ କାରଣ କଅଣ ଜଣାପଡିନଥିବା ବେଳେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି।

new life
You might also like
error: Content is protected !!