News
lipub
samparksetu

ଶିଳ୍ପାୟନକୁ ତ୍ୱରାନ୍ବିତ କରି ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦାବି

ଢେଙ୍କାନାଳ ବିକାଶ ପରିଷଦର ଆବାହକ ଶ୍ରୀ ରାଜା ନାରାୟଣ ତ୍ରୀପାଠୀଙ୍କ ପ୍ରେସ ଇସ୍ତିହାରରେ ଢେଙ୍କାନାଳର ବିକାଶ ନିମନ୍ତେ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି।

ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ ବୃହତ୍ତ ଶିଳ୍ପକୁ ଗତିଶୀଳ ଓ କ୍ରିୟାଶୀଳ କରାଇ ନିଯୁକ୍ତି ସୃଷ୍ଟି କରିବା। ଏଥି ମଧ୍ୟରେ ୧୬୦୦୦ କୋଟି ଟଙ୍କା ବ୍ୟୟରେ କାମାକ୍ଷାନଗରଠାରେ ନାଲକୋ ତରଫରୁ ପ୍ରସ୍ତାବିତ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ ପ୍ରତିଷ୍ଠା, ଅଁଳାବେରେଣୀ ଠାରେ ପ୍ରସ୍ତାବିତ ଓଡିଶା ତାପଜ ଶକ୍ତି ନିଗମର ପ୍ରକଳ୍ପ, ଗଜମରା ଠାରେ ଏନଟିପିସି ର ଶକ୍ତି ପ୍ରକଳ୍ପ, ଗଁଦିଆର ନେଉଳପୋଇ ଠାରେ ପ୍ରସ୍ତାବିତ ପ୍ରକଳ୍ପକୁ ପୁନର୍ଜୀବନ ଦେବାକୁ ରାଜ୍ୟ ସରକାରଙ୍କ ପାଖରେ ଅନୁରୋଧ କରିଛନ୍ତି।

ଏହା ସହ ଜିରାଳ ଠାରେ ବୃହତ୍ତକାୟ ଆଲୁମିନିୟମ ପ୍ରକଳ୍ପ ବା ଷ୍ଟିଲ ପ୍ରକଳ୍ପ ଓ ଢେଙ୍କାନାଳର ବଳଦିଆବନ୍ଧ ଠାରେ ସଫ୍ଟୱେର ଟେକ୍ନୋଲଜି ପାର୍କ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।

ଢେଙ୍କାନାଳ ଜିଲ୍ଲାର ଯୁବକ ଯୁବତୀମାନଙ୍କୁ କୃଷି, ଉଦ୍ୟାନ କୃଷି, ଦୁଗ୍ଧ ଚାଷ, ମତ୍ସ୍ୟ ଚାଷ ଓ କୁଟୀର ଶିଳ୍ପର ସକ୍ରିୟ ସମର୍ଥନ କରାଇ ରୋଜଗାର ସୃଷ୍ଟି କରିବା ଓ ଏଥିପାଇଁ ଉପଯୁକ୍ତ ତାଲିମ ଓ ପ୍ରୋତ୍ସାହନ ମାଧ୍ୟମରେ ଯୁବକମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବୃଦ୍ଧି କରିବା।

ପରିଶେଷରେ ବଡ଼ ବଡ଼ ଶିକ୍ଷାନୁଷ୍ଠାନ ଓ କର୍ପୋରେଟ ଜଗତରେ ଢେଙ୍କାନାଳ ଉଦ୍ଯୋଗିକ ବ୍ରାଣ୍ଡର ମାର୍କେଟିଙ୍ଗ କରାଇବା।
ଭୌଗଳିକ ଅବସ୍ଥିତି ଦୃଷ୍ଟିରୁ ଢେଙ୍କାନାଳର ପଡୋଶୀ ଜିଲ୍ଲାରେ କୋଇଲା ଓ ଲୁହାପଥର ପରି ଖଣିଜ ପଦାର୍ଥ ଥାଇ ମଧ୍ୟ ଏଠାରେ ଆଲୁମିନିୟମ ଓ ଶକ୍ତି ପ୍ରକଳ୍ପ କ୍ରିୟାନୟନ ସକ୍ରିୟତା ର ଅଭାବ ଦେଖାଦେଇଛି। ଏହି କାରଣରୁ ମହାନଦୀ କୋଲଫିଲ୍ଡ ବାହାର ରାଜ୍ୟକୁ ଅଧିକ ଖର୍ଚ୍ଚ କରି କୋଇଲା ପଠାଉଛି। ଏବେ ଢେଙ୍କାନାଳ ଜିଲ୍ଲାର ଦାରିଦ୍ର୍ୟ, ବେକାରୀ ଦୂରୀକରଣ ଏକ ସମ୍ଭାବ୍ୟ ଲକ୍ଷ୍ୟ। ଏହା ଶିଳ୍ପାୟନ, ବିକାଶ, ନିଯୁକ୍ତି ଓ କୃଷିର ବିକାଶ ମାଧ୍ୟମରେ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧିର ସଫଳ ରୂପାୟନ ହୋଇ ପାରନ୍ତା।

ମାନ୍ୟବର ଖଣିମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ବିକାଶ ପରିଷଦର ଏହି ଦାବି ପ୍ରତି ଗୁରୁତ୍ବ ଦେଇ କାର୍ଯ୍ୟକାରୀ କଲେ ଢେଙ୍କାନାଳ ଜିଲ୍ଲାର ବହୁ ବେକାର ଯୁବକ ଯୁବତୀ ଉପକୃତ ହେବା ସହ ଜିଲ୍ଲାର ବିକାଶ ହୋଇ ପାରିବ।

new life
You might also like
error: Content is protected !!