News
lipub
samparksetu

ରେଙ୍ଗାଳି ଅଫିସ ମହିଳା କର୍ମଚାରୀଙ୍କୁ ଆକ୍ରମଣ କରି , ସୁନା ଚେନ ଓ ମୋବାଇଲ ଲୁଟ !

କାମାକ୍ଷାନଗର ଥାନା ରେଙ୍ଗାଳି ଅଫିସ ଭିତରୁ ମହିଳା କର୍ମଚାରୀଙ୍କୁ ଭୟବିତ କରି ସୁନା ଚେନ ଓ ମୋବାଇଲ ଲୁଟିଲେ ୨ଲୁଟେରା।ଲୁଟର ଶିକାର ହୋଇଥିବା ମହିଳା ହେଲେ ଲକ୍ଷ୍ମି ପାଣିଗ୍ରାହି।

ସୂଚନା ଅନୁଯାୟୀ , ଦିନ ୧ଟା ସମୟରେ ରେଙ୍ଗାଳି ଅଫିସରେ ମହିଳା କର୍ମଚାରୀ ଲକ୍ଷ୍ମି ପାଣିଗ୍ରାହି ଏକାକି ଥିବା ବେଳେ ଅନ୍ୟ ସମସ୍ତ କର୍ମଚାରୀ ଡ୍ୟୁଟିରେ ବାହାରକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ୨ଲୁଟେରା ଅଫିସକୁ ଆସି ପ୍ରଥମେ ପାଣି ମାଗିଥିଲେ।

ମହିଳା ଜଣଙ୍କ ପାଣି ଆଣିବାକୁ ଭିତରକୁ ଯାଇଥିବା ସମୟରେ ଜଣେ ଲୁଟେରା ଭିତରକୁ ପଶିଯାଇ ଅତର୍କିତ ଭାବେ ତାଙ୍କ ମୁଣ୍ଡ ଓ ଛାତିକୁ ଆକ୍ରମଣ କରିଥିଲା।ଫଳରେ ମହିଳା ଜଣଙ୍କ ତଳେ ପଡିଯିବାରୁ ତାଙ୍କ ବେକରୁ ଏକ ସୁନା ଚେନ ଓ ମୋବାଇଲ ଲୁଟ କରି ପଳାଇଥିଲେ।ପରେ ଏ ନେଇ ମହିଳା କର୍ମଚାରୀ କାମାକ୍ଷାନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ।

new life
You might also like
error: Content is protected !!