News
lipub
samparksetu

ବିଦ୍ୟୁତ ଖୁଣ୍ଟି ପଡି ବୃଦ୍ଧା ଗୁରୁତର ; ଚିକିତ୍ସା ପାଇଁ ସହାୟତା ଯୋଗାଇବାକୁ ବିଦ୍ୟୁତ ବିଭାଗ ଅମଙ୍ଗ

ଅରକ୍ଷିତକୁ ଦଇବ ସାହା! ବର୍ତ୍ତମାନ ଯୁଗ ଯାହା ହୋଇଛି ଗରିବ ଲୋକଙ୍କ ପାଇଁ କାହାର ଦରଦ ନାହିଁ। ଗତ ଏଗାର ତାରିଖ ଅପରାହ୍ନର ଘଟଣା? କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ସୋଗର ଗାଁ ତଳ ସାହିର ବାସନ୍ତୀ ଦେହୁରୀ ଘରୁ ଦୋକାନକୁ ଯାଉଥିବା ସମୟରେ ପବନରେ ପାଖରେ ଥିବା ବିଦ୍ୟୁତ ଖୁଣ୍ଟଟି ଭାଙ୍ଗି ଯାଇ ସଜନା ଗଛ ଉପରେ ଖସି ପଡିଥିଲା।

ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବା ଅନୁସାରେ ଗଛ ଓ ଖୁଣ୍ଟ ତଳେ ବାସନ୍ତୀ ଚାପି ହୋଇଯାଇଥିଲେ। ସାହି ଲୋକଙ୍କ ସହାୟତାରେ ଉଦ୍ଧାର କରି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିଲା। ପରିସ୍ଥିତି ଗମ୍ଭୀର ଥିବାରୁ ଡାକ୍ତର ତାଙ୍କୁ କଟକ ନେବାକୁ ପରାମର୍ଶ ଦେଇଥିଲେ। ଡ଼ାକ୍ତରଖାନାରେ ତାଙ୍କର ଉଭୟ ଗୋଡ଼ ଓ ଅଣ୍ଟା ଭାଙ୍ଗି ଯାଇଥିବା ଜଣାପଡ଼ିଲା।

ସେଠାରେ ତାଙ୍କର ଗୋଡ଼ରେ ପଟି (ବ୍ଯଣ୍ଡେଜ) ଭିଡ଼ି ଛାଡି ଦେଇଛନ୍ତି। ଅର୍ଥ ଅଭାବରୁ ଚିକିତ୍ସା କରି ନପାରି ଏବେ ଘରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ବାସନ୍ତୀଙ୍କର ଦୁଇ ପୁଅ। ଉଭୟ ଦିନ ମଜୁରିଆ, ଜମି ବାଡ଼ି କିଛି ନାହିଁ। ମଜୁରୀ କରି ପରିବାର ଭରଣ ପୋଷଣ ବୁଝିବା ପରେ ମାଆର ଚିକିତ୍ସା କରିବା ସମ୍ଭବ ହେଉନାହିଁ। ବାସନ୍ତୀ ନିଜେ ଛେଳି ଚରାଇ ନିଜର ଖର୍ଚ୍ଚ ଉଠାଉଥିଲେ।

ବୟସ ଏବେ ତାଙ୍କର ୫୫ ବର୍ଷ ,ଏପରି ପରିସ୍ଥିତିରେ ଦଇବ କେବଳ ସାହା ହେବେ ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି। କାରଣ ଟାଟା କମ୍ପାନୀର କର୍ମଚାରୀ ନିଜ ମୁଣ୍ଡରୁ ଦାୟିତ୍ବ ଖସାଇବାକୁ ଚେଷ୍ଟା କରୁଛି। ବିଜୁଳି ଖୁଣ୍ଟ ଯୋଗୁଁ ଦୁର୍ଘଟଣା ଘଟି ନାହିଁ ବରଂ ଗଛ ଯୋଗୁଁ ଘଟିଥିବା କହିଛନ୍ତି। ପ୍ରଶାସନ ଯଦି ହସ୍ତକ୍ଷେପ କରନ୍ତା ବାସନ୍ତୀ ଙ୍କୁ ଉତ୍ତମ ଚିକିତ୍ସା ମିଳି ପାରିବ।

new life
You might also like
error: Content is protected !!