News
lipub
samparksetu

କାମାକ୍ଷାନଗର ରେ ୧୨ ତମ-ଜାତୀୟ ମତଦାତା ଦିବସ ପାଳିତ

କକାମାକ୍ଷାନଗର ବ୍ଲକ ସଦଭାବନା ଗୃହ ଠାରେ ୧୨ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁସ୍ଥ ଗଣତନ୍ତ୍ର ଗଠନ ନିମନ୍ତେ ସୁସ୍ଥ ଭୋଟର ତାଲିକାର ଆବଶ୍ୟକତା ରହିଛି।ଏଥି ନିମନ୍ତେ ସମସ୍ତଙ୍କ ସହଯୋଗ ରହିବା ଉଚିତ ବୋଲି କହିଥିଲେ ।

ପ୍ରତ୍ୟେକ ଭୋଟର ନିଜ ମତ ଅନୁଯାୟୀ ପ୍ରାର୍ଥୀ ନିର୍ବାଚିତ କରିବାର ପୂର୍ଣ୍ଣ କ୍ଷମତା ରହିଛି, ଯାହା ଗଣତନ୍ତ୍ର ପ୍ରକ୍ରିୟାର ଗୁରୁତ୍ବପୂର୍ଣ୍ଣ ଅଙ୍ଗ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ ।ଏହି ଅବସରରେ ମୁଖ୍ୟ ଅତିଥି ମତଦାତା ସଂକଳ୍ପ ଶପଥ ପାଠ କରାଇଥିଲେ। ନୂତନ ଭୋଟର ମାନଙ୍କୁ ଭୋଟ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା।ଅନ୍ୟାନ୍ୟ ଅତିଥି ଭାବେ ବିଡିଓ, ଅତିରିକ୍ତ ଉପଜିଲ୍ଲାପାଳ,ଅତିରିକ୍ତ ତହସିଲଦାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

new life
You might also like
error: Content is protected !!