News
lipub
samparksetu

ପୋଡି ପାଉଁଶ ହୋଇଗଲା ରହିବା ଘର ସହ ଗାଈ ଗୁହାଳ

କଥାରେ ଅଛି ଘର ପୋଡି ଠାରୁ ବିପତ୍ତି ନାହିଁ । ଆଜି ଏମିତି କିଛି ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ ଅନ୍ତର୍ଗତ କନ୍ଦର ସିଂହା ଗ୍ରାମରେ । ଦିବା ପ୍ରାୟ ୧ ଘଟିକା ସମୟରେ କୌଣଷି କାରଣରୁ ପ୍ରଥମେ ମାୟାଧର ଜେନାଙ୍କ ଗାଈ ଗୁହାଳ ରେ ନିଆଁ ଲାଗି କ୍ରମେ ତାଙ୍କ ଧାନ ଘର ଓ ପଡ଼ୋଶୀ ପଣ୍ଡିତ ବିଶ୍ଵାଳ ଓ ଅନୁକୁଳ ସାହୁ ଙ୍କ ଘରକୁ ନିଆଁ ବ୍ୟାପିଥିଲା।

ପ୍ରବଳ ଖରା ଯୋଗୁଁ ଗ୍ରାମର ଯୁବକ ତଥା ଅଗ୍ନିଶମ କର୍ମଚାରୀ ମାନକୁ ନିଆଁକୁ ଆୟତ୍ତ କରିବାରେ ନାକେଦମ୍ ହେବାକୁ ପଡିଥିଲା। କିଛି ସମୟ ପରେ କନ୍ଦର ସିଂହା ରାଜସ୍ବ ନିରୀକ୍ଷକଙ୍କ ପକ୍ଷରୁ କ୍ଷୟକ୍ଷତିର ଅନୁଧ୍ୟାନ କରି ଖଣ୍ଡିଏ ଲେଖାଏଁ ଜରି ପାଲ ଓ ଅନ୍ୟାନ୍ୟ ପ୍ରାଥମିକ ସୁବିଧା ଯୋଗାଇ ଦିଆଯାଇଛି। କ୍ଷତି ହୋଇଥିବା ସମ୍ପତ୍ତି ର ମୂଲ୍ୟ ପ୍ରାୟ ଦୁଇ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ନିଆଁ କେମିତି ଲାଗିଲା ତାହା ସଠିକ୍ ଜଣା ପଡି ନଥିଲେ ସୁଧା ବିଦ୍ୟୁତ ସର୍ଟସର୍କିଟ ହେତୁ ଅଗ୍ନିକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି ।

new life
You might also like
error: Content is protected !!