News
lipub
samparksetu

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଶ୍ରମିକ ଗୁରୁତର ଆହତ

ଆଜି ଦିନ ୧୦ ଘଟିକା ସମୟରେ କଣ୍ଟାବଣିଆ ବଜାର ମଧ୍ୟରେ ଯାଇଥିବା ଉଚ୍ଚଶକ୍ତି ସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଶ୍ରମିକ ଗୁରୁତର ଆହତ ହୋଇ ବଂଅରପାଳ ସ୍ଥିତ ସାମଲ କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

କଣ୍ଟାବଣିଆ ବଜାର ରେ ଥିବା ଏକ ଦୋକାନ ଘର ଉପର ମହଲା ର ଗୃହ ନିର୍ମାଣ କାର୍ଯ୍ୟ କରୁଥିବା ବେଳେ କମ୍ ଉଚ୍ଚତା ରେ ଯାଇଥିବା ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସ ଦୁଇ ଜଣ ଶ୍ରମିକ ଆଜାଦ ଶେଖ ୩୫ ବର୍ଷ ଓ ସଭିକୁଲ ଶେଖ ୨୭ ବର୍ଷ ନାମକ ଶ୍ରମିକ ଗୁରୁତର ଆହତ ହୋଇଥିଲେ ।

ସେମାନଙ୍କୁ ସ୍ଥାନୀୟ ବଜାର ର ଲୋକମାନେ ଡ଼ାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନେଇ ଯାଇଥିଲେ । ବର୍ତ୍ତମାନ ଶ୍ରମିକ ମାନେ ଚିକିତ୍ସିତ ହେଉଛନ୍ତି । ବିଦ୍ୟୁତ ବିଭାଗର ବେପରୁଆ ଓ ଦାୟିତ୍ବ ହିନତା ଯୋଗୁଁ ଏହି ପରି ଅନେକ ଜୀବଜନ୍ତୁ ଙ୍କ ଜୀବନ ଅକାଳରେ ଝଡି ପଡୁଥିବା ଦେଖିବାକୁ ମିଳିଛି ।

new life
You might also like
error: Content is protected !!