News
lipub
samparksetu

କପିଳାସ ହସ୍ତୀ ସଂରକ୍ଷଣ କେନ୍ଦ୍ରରେ ଛୁଆହାତୀ ମୃତ

ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ କପିଳାସ ମେଘା ସଂରକ୍ଷିତ ଜଙ୍ଗଲରେ ଏକ ହାତୀ ଛୁଆକୁ ଅଂଶୁଘାତ ହେବା ପରେ ତାକୁ କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ସେଠାରେ ଗଟକାଲି ହାତୀ ଛୁଆଟିର ମୃତ୍ୟୁ ହୋଇ ଯାଇଥିବାର ଜଣାପଡିଛି ।

ଗତ ୯ ତାରିଖରେ ୩୮ଟିକିଆ ହାତୀପଲ ମଧ୍ୟରେ ଏକ ତିନି ବର୍ଷର ମାଈ ହାତୀ ଛୁଆ ଗୋଠ ଛଡା ହୋଇ ରହୁଥିଲା । ବନ ବିଭାଗ କର୍ମଚାରୀ ମାନେ ଶନିବାର ଦିନ ହାତୀ ଛୁଆକୁ ଠାବ କରିବା ସହିତ ତାଙ୍କୁ ମେଘା ଜଙ୍ଗଲ ମଧ୍ୟରେ ଟ୍ରାଙ୍କୁଲାଇଜ କରାଯାଥିଲା । ପରେ ତାକୁ ଏକ ପିକଅପ ଭ୍ୟାନରେ ଉଦ୍ଧାର କରି କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାର ଜଣାପଡିଛି ।

ହାତୀଟିର ପାଟିରେ କ୍ଷତ ହୋଇଥିବା ବେଳେ ସେ କିଛି ଖାଇପିଇ ପାରୁନଥିବା ବେଳେ ଅଧିକ ଦୁର୍ବଳ ହୋଇଯାଇଥିଲା । ହାତୀଟିକୁ ଅଂଶୁଘାତ ହୋଇଥିବାର ସନ୍ଦେହ କରାଯାଇ ତାର ମୁଣ୍ଡରେ ପ୍ରବଳ ପାଣି ଢଳାଯାଇଥିଲା । ହାତୀଟିକୁ କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରରେ ଭର୍ତ୍ତି କରାଯାଇ ଅଧିକ ଚିକିତ୍ସା ନିମନ୍ତେ ରଖାଯାଇଥିଲା । ହାତୀକୁ ଉଦ୍ଧାର ପାଇଁ ବନଖଣ୍ଡ ଅଧିକାରୀଙ୍କ ସହିତ ସଦର ଏବଂ କପିଳାସ ରେଞ୍ଜର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।ହାତୀ ଛୁଆଟିର ପାଟିରେ ହୋଇଥିବା କ୍ଷତ ଭଲ ନହେବାରୁ ତାର ମୃତ୍ୟୁ ଘଟିଥିବାର ଜଣାପଡିଛି ।

new life
You might also like
error: Content is protected !!