News
lipub
samparksetu

ଦୀର୍ଘ ୨ ମାସ ପରେ କାରନ୍ଦା ବିଦ୍ୟାଳୟ ରେ ପୁନର୍ବାର ପଡିଲା ତାଲା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ କାରନ୍ଦା ବିଦ୍ୟାଳୟ ରେ ଶିକ୍ଷକ ମରୁଡି ନେଇ ୨ ମାସ ହେବା ଗ୍ରାମବାସୀ ମାନେ ବିଦ୍ୟାଳୟ ରେ ତାଲା ପକାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ କରିଥିଲେ ।

ବିଦ୍ୟାଳୟ ବନ୍ଦ ହେବାର ୧୦ ଦିନ ପରେ ବିଭାଗୀୟ ଅଧିକାରୀ ମାନେ ଆସି ଶିକ୍ଷକ ଦେବାର ପ୍ରତିଶ୍ରୁତି ଦେଇ ୨ଜଣ ଶିକ୍ଷକ ଙ୍କୁ ଡେପୁଟେସନ ରେ ଦେଇଥିଲେ । ୨ମାସ ପରେ ସେହି ଶିକ୍ଷକ ୨ ଜଣଙ୍କୁ ଏବେ ବିଦ୍ୟାଳୟ ରୁ ନେଇ ଯାଇଥିବାରୁ ଗ୍ରାମବାସୀ ମାନେ ଉତ୍ୟକ୍ତ ହୋଇ ପୁନର୍ବାର ବିଦ୍ୟାଳୟ କୁ ପିଲାଙ୍କୁ ଛଡୁନଥିବା ଦେଖିବାକୁ ମିଳିଛି।

ଆଗକୁ ଆସୁଛି ପରୀକ୍ଷା ହେଲେ ପିଲା ସ୍କୁଲ ଗଲେ କି ନଗଲେ କାହାର କିଛି ଫରକ ପଡ଼ୁନାହିଁ। କୁମ୍ଭକର୍ଣ୍ଣ ନିଦ୍ରାରେ ହିନ୍ଦୋଳ ଶିକ୍ଷା ଅଧିକାରୀ। ଏହି ସ୍କୁଲରେ ୧ରୁ ୮ ମ ଯାଏ ୧୯୮ ପିଲା ଥିଲା ବେଳେ ମାତ୍ର ୪ ଜଣ ଶିକ୍ଷକ ଅଛନ୍ତି। ସେଥିରୁ ଜଣେ ଦିବ୍ୟଙ୍ଗ ଶିକ୍ଷକ ଓ ଆଉ ଜଣେ ଶିକ୍ଷୟତ୍ରୀ ନିଜ ଦିବ୍ୟ।ଙ୍ଗ ପିଲାକୁ ଧରି କରୁଛନ୍ତି ଶିକ୍ଷାଦାନ। ଏହି ଘଟଣାକୁ ନେଇ ଗତ ୨ ମାସ ତଳେ ଗ୍ରାମବାସୀ ଅଭିଭାବଙ୍କ ସ୍କୁଲରେ ତାଲା ପକାଇ ଆନ୍ଦୋଳନ ଏବଂ ରାସ୍ତା ଅବରୋଧ କରିବା ପରେ ହିନ୍ଦୋଳ ବିଇଓ ୨ ଜଣ ଶିକ୍ଷକ ଡେପୁଟେସନ ରେ ଦେଇଥିଲେ।

ମାତ୍ର ୧ ମାସ ପରେ ଶିକ୍ଷକ ଙ୍କ ଠାରୁ ପଇସା ପାଇ ଏବେ ତାଙ୍କୁ ଅନ୍ୟତ୍ର ବଦଳି କରି ଦେଇ ଥିବାର ଲୋକେ ଅଭିଯୋଗ କରିଛି। ଏଠାରୁ ଏବେ ଜଣେ ଶିକ୍ଷକ ଙ୍କୁ ନେଇ ଯିବାରୁ ଅଭିଭାବକ ଆଉ ପିଲାଙ୍କୁ ସ୍କୁଲ ଛାଡ଼ୁ ନାହାନ୍ତି। ତୁରନ୍ତ ଶିକ୍ଷକ ନିଯୁକ୍ତି ନା କଲେ ଗାଁ ଲୋକେ ମିଶି ଏବେ ହିନ୍ଦୋଳ ଶିକ୍ଷା ଅଧିକାରୀ ଙ୍କ ଅଫିସ ଘେରାଉ କରିବାକୁ ଚେତାବନୀ ଦେଇଥିବା ଜଣାପଡିଛି ।

new life
You might also like
error: Content is protected !!