News
lipub
samparksetu

ଅକ୍ଟୋବର ୧୯ ରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ;ମିଳିତ ପୂଜା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଆରମ୍ଭ ହୋଇଛି ପାର୍ବଣ ଋତୁ ପାଖେଇ ଆସୁଛି ପ୍ରସିଦ୍ଧ ଲକ୍ଷ୍ମୀ ପୂଜା । ଅନ୍ୟପଟେ ଥମିନି ମହାମାରୀର ଭୟ, ତେଣୁ କଟକଣା ଭିତରେ ଢେଙ୍କାନାଳ ଜିଲ୍ଲାରେ କିପରି ସୁଚାରୁରୂପେ ପାଳନ ହେବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଏନେଇ ମିଳିତ ପୂଜା କମିଟି ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ବୈଠକରେ ଶଭାପତି ଭାବରେ ବିଶ୍ୱନାଥ ବେହେରା ,
ଓ ସମ୍ପ।ଦକ ଭାବରେ ପିତବାଷ ସାହୁ ପୁନର୍ବାର ଚୟନ ହୋଇଛନ୍ତି ।

ତେବେ ଚଳିତ ବର୍ଷ ନିମନ୍ତେ ଲକ୍ଷ୍ମୀପୂଜା ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ଭିତରେ କିପରି ସୁଚାରୁ ରୁପେ ପାଳନ କରାଯିବ ଏ ନେଇ ଆଲୋଚନା ବୈଠକରେ ଆଲୋଚନା କରାଯାଇଥିଲା । ପ୍ରତିବର୍ଷ ପରି ଚଳିତ ବର୍ଷ ଅକ୍ଟୋବର ୧୯ ରେ ମା ଙ୍କ ପୂଜା ଆରମ୍ଭ ହୋଇ ୧୧ ଦିନ ପୂଜା ପାଳନ ହେବ । ସମସ୍ତ କୋଭିଡ କଟକଣା ମାନିବା ସହ ଗାଇଡ଼ଲାଇନ ଅନୁଯାୟୀ ମୂର୍ତ୍ତିର ଉଚ୍ଚତା ସ୍ଥିର କରାଯିବ । ସେହିପରି ପୂଜା ମଣ୍ଡପ ଗୁଡିକରେ ମଧ୍ୟ ସମସ୍ତ ଗାଇଡ଼ଲାଇନ କୁ ପାଳନ କରାଯିବ ।

ଅନ୍ୟପଟେ ଭକ୍ତଙ୍କ ଭାବନାକୁ ଦୃଷ୍ଟିରେ ରଖି ପୂଜା ମଣ୍ଡପକୁ ୩ ପଟୁ ବନ୍ଦ କରାଯିବା ବେଳେ ସାମ୍ନାପଟୁ ଖୋଲା ରଖିବା ନିମନ୍ତେ ଜିଲ୍ଲା ପ୍ରଶାସନ କୁ ଏକ ଦାବିପତ୍ର ଦିଆଯିବ ବୋଲି ମିଳିତ ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଆଗାମି ୨୩ ତାରିଖ ଦିନ ପ୍ରଶାସନ ସହ କମିଟି ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ବୈଠକରେ ୩୮ ଟି ପୂଜା କମିଟିର ସଭାପତି ଓ ସମ୍ପାଦକ ଯୋଗ ଦେଇଥିଲେ ।

new life
You might also like
error: Content is protected !!