News
lipub
samparksetu

ଧରାପୃଷ୍ଠରେ ଅବତରଣ କରିବେ ଧନର ଲକ୍ଷ୍ମୀ ମା’ ଗଜଲକ୍ଷ୍ମୀ ; ଢେଙ୍କାନାଳ ସହରର ୩୮ଟି ପୂଜା ମଣ୍ଡପରେ ପ୍ରସ୍ତୁତି ଜୋର ଦାର

ସଜେଇ ହେଲାଣି ଢେଙ୍କାନାଳ । ମା’ ଗଜଲକ୍ଷ୍ମୀଙ୍କ ଧରାବତରଣ ପାଇଁ ଚାଲିଛି ପ୍ରସ୍ତୁତି । ମାଆଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଭଳିକି ଭଳି ରଙ୍ଗରେ ସଜାଉଛନ୍ତି କାରିଗର । ଲକ୍ଷ୍ମୀଙ୍କ ମଣ୍ଡପରେ ପୂଜା ପାଉଥିବା ଥିବା ବାହାନ,ଶଖୀ ଓ ପାର୍ଶ୍ବ ଦେବାଦେବୀଙ୍କୁ ମଧ୍ୟ ରଙ୍ଗ କରାଯାଉଛି । କାରିଗରଙ୍କ ହାତକୁ ଫୁରସତ ନାହିଁ । ଚଳିତ ବର୍ଷ ୩୮ଟି ମଣ୍ଡପରେ ମାଆ ଲକ୍ଷ୍ମୀ ପୂଜା ପାଇବେ ।

ସରକାରଙ୍କ ଗାଇଡଲାଇନ ଅନୁସାରେ ୪ଫୁଟ ଭିତରେ ମୂର୍ତ୍ତି ପୂଜା ପାଇବ । ମଣ୍ଡପରେ ମାତ୍ର ୭ଜଣଙ୍କୁ ରହିବାକୁ ଅନୁମତି ରହିଥିବାବେଳେ ଭକ୍ତଙ୍କୁ ବାରଣ କରାଯାଇଛି । କୋଭି଼ କଟକଣା ଯୋଗୁ ପୂଜା ମାହୋଲ ଫିକା ପଡିଥିବାବେଳେ କାହା ମନରେ ଉତ୍ସାହ ନାହିଁ । ୨୮ରେ ମଣ୍ଡପରେ ଦେବୀଙ୍କ ବିସର୍ଜନ ହେବା ସହ ୨୯ରେ ଭସାଣ ଉତ୍ସବ ଅନୁଷ୍ଠିତ ହେବ ।

କୋଭିଡ ଗାଇଡଲାଇନ ପାଳନ ପାଇଂ ପୂଜା କମିଟି ଗୁଡିକୁ କଡା ନିର୍ଦ୍ଦେଶ ଦିଆଯାଇଥିବାବେଳେ ,ଯାଞ୍ଚ ପାଇଁ ପୋଲିସର ସ୍ବତନ୍ତ୍ର ଟିମ ଗଠନ କରାଯାଇଛି ।

new life
You might also like
error: Content is protected !!