News
lipub
samparksetu

ଲକଡାଉନ୍ ରେ ମାତିଲେ ଲୁଟେରା, ମୁଖ୍ୟରାସ୍ତା କଡ଼ରେ ଥିବା ସରକାରି ଅଫିସରେ କଳାକାନା ବୁଲାଇଲା ଦୁର୍ବୃତ୍ତ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଢେଙ୍କାନାଳ ମହାବିଦ୍ୟାଳୟ ନିକଟ ମୁଖ୍ୟ ରାସ୍ତା କଡରେ ଥିବା ମାଣିପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର କବାଟ ତାଲା ଭାଙ୍ଗି କଳାକନା ବୁଲାଇଛି ଦୁର୍ବୃତ୍ତ ।

ସୂଚନା ଅନୁଯାୟୀ ଖରାଦିନେ ସକାଳୁଆ ଅଫିସ୍ ଆସିଥିବା ବେଳେ, ଅଫିସର ମୁଖ୍ୟ କବାଟ ତାଲା ଭଙ୍ଗା ଯାଇଥିବାର ଦେଖିବାକୁ ପାଇଥିଲେ । ନିରୀକ୍ଷକ ଅଫିସ ଭିତରେ ଯାଇ ଦେଖିବାରୁ ଆସବାବ ପତ୍ର, ଯନ୍ତ୍ରପାତି, କମ୍ପ୍ୟୁଟର, ଇଲେକ୍ଟ୍ରି ବଲ୍, ଟଙ୍କା ଏବଂ ଅନ୍ୟାନ୍ୟ ଦରକାରୀ କାଗଜପତ୍ର ଲୁଟ୍ ହୋଇଥିବାର ଦେଖିବାକୁ ପାଇଥିଲେ ।

ଖବରପାଇ ଘଟଣାସ୍ଥଳରେ ସଦର ତହସିଲଦାର ଏବଂ ଟାଉନ୍ ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ । ଏହି ଘଟଣାକୁ ନେଇ ମାଣିପୁର ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଟାଉନ୍ ଥାନାରେ ଲିଖିତ ଅଭିଯୋଗ ହୋଇଛି ବୋଲି ସୂଚନା ଦେଇଛନ୍ତି ।

new life
You might also like
error: Content is protected !!