News
lipub
samparksetu

ପଥର ଖଣି ପାଣିରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ବଦାଳୁ ଗ୍ରାମ ପଞ୍ଚାୟତ ଅଧୀନ ଜାମୁଚକଟା ଗ୍ରାମ ନିକଟସ୍ଥ ଏକ ପୁରୁଣା ପଥର ଖଣି ପାଣିରୁ ଜଣେ ବୃଦ୍ଧ ଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ , ଗତ ୧୬ ତାରିଖ ଦିନ ଜାମୁଚକଟା ଗ୍ରାମର ଅଗାଧୁ ମହାରଣା ୬୫ ବର୍ଷ ନାମକ ଵୃଦ୍ଧ ଶୈାଚ ପାଇଁ ଯାଇ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ପଥର ଖଣି ପାଣିରେ ଭାସୁଥିବା ମୃତଦେହ ଟି ଅଗାଧୁ ମହାରଣା ବୋଲି ଜଣାପଡିଥିଲା ।ଏ ସମ୍ପର୍କରେ ମୋଟଙ୍ଗା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଢେଙ୍କାନାଳ ଡାକ୍ତରଖାନା କୁ ପଠାଇ ଦେଇଥିଲେ । ମୋଟଙ୍ଗା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି । ତେବେ ବୃଦ୍ଧ ଜଣଙ୍କ ଅସାବଧାନତା ବସତ ପାଣିରେ ବୁଡି ଯାଇ ମୃତ ଵରଣ କରିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି।

new life
You might also like
error: Content is protected !!