ନବଭାରତ ଭେଞ୍ଚରସ୍ ଲିମିଟେଡ୍ ସହାୟତାରେ , ସ୍ୱେଛାସେବୀ ଅନୁଷ୍ଠାନ ଶୋଭା ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ନାଧରା ଗ୍ରାମର ସତ୍ୟମ୍ ଶିବମ୍ ସୁନ୍ଦରମ୍ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହେଇଯାଇଛି । ପ୍ରାରମ୍ଭରେ ମୁଖ୍ୟ ଅତିଥି ନବଭାରତ ଭେଞ୍ଚରସ୍ ଲିମିଟେଡ୍ର ଜିଏମ୍ ଏମ୍.ଶ୍ରୀନିବାସ୍ ପ୍ରଦୀପ ପ୍ରଜ୍ୱଳନ କରି ଶିବିରକୁ ଉଦ୍ଘାଟନ କରିଥିଲେ ।
ଉଦ୍ଘାଟନ ଉତ୍ସବରେ ସମ୍ନାନୀୟ ଅତିଥି ଭାବରେ ରାଧେଶ୍ୟାମ୍ ସିଂ, ମନିଷ୍ ପାତ୍ର, ବି ଶ୍ରୀକାନ୍ତ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ପୃଷ୍ଟି, ସରପଞ୍ଚ ପ୍ରଶାନ୍ତ ନାଏକ ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ । ଶୋଭା ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଉଦୟେନ୍ଦୁ ମିଶ୍ର ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ ଏବଂ ଶୋଭା ତରଫରୁ ଶ୍ରୀଯୁକ୍ତ ରବିନାରାୟଣ ଷଡଙ୍ଗୀ ଧନ୍ୟବାଦ୍ ଅପର୍ଣ କରିଥିଲେ ।
ଉକ୍ତ ଶିବିରରେ ରକ୍ତ ଶର୍କରା, ରକ୍ତଚାପ, ହିମୋଗ୍ଲୋବିନ୍ , ବ୍ଲଡ୍ ଗ୍ରୁପିଂ , ମ୍ୟାଲେରିଆ ଇତ୍ୟାଦି ନିଶୁକ୍ଲ ଯାଂଚ କରାଯାଇ ସ୍ତ୍ରୀ ରୋଗ , ଶିଶୁ , ଭେଷଜ, ହୋମିଓ ପ୍ୟାଥିକ୍ ତଥା ଭୌତିକ ଚିକିତ୍ସା ବିଭାଗରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଯୋଗେଶ୍ୱର ମୁଳିଆ, ଡାକ୍ତର ସୁନିତା ବେହେରା, ଡାକ୍ତର ରେକେଶ ଜେନା, ଡାକ୍ତର ମାନସ ରଞ୍ଜନ ଦାସ, ମମତା ସିଂ ଙ୍କ ଦ୍ୱାରା ୫୧ ଜଣ ସ୍ତ୍ରୀ ରୋଗ , ୪୧ ଜଣ ଶିଶୁ , ୮୪ ଭେଷଜ , ୬୬ ଜଣ ହୋମିଓ ପ୍ୟାଥିକ୍, ୨୬ ଜଣ ଭୌତିକ ଚିକିତ୍ସା, ୧୫୮ ଜଣଙ୍କ ଚକ୍ଷୁ ପରୀକ୍ଷା ସମୁଦାୟ ୪୨୬ ଜଣଙ୍କୁ ମାଗଣା ସ୍ୱାସ୍ଥ୍ୟ ଯାଂଚ କରାଯାଇଥିଲା ଏବଂ ଆବଶ୍ୟକ ଔଷଧ ଓ ୯୧ ଜଣଙ୍କୁ ଚଷମା ସମ୍ପୂଣ୍ଣ ମାଗଣାରେ ବଣ୍ଟନ କରାଯାଇଥିଲା ।
ଫାର୍ମାସିଷ୍ଟ ଶ୍ରୀ କମଳେଶ୍ୱର ନାୟକ, ଶ୍ରୀ ଅମିତ୍ କୁମାର ସାହୁ, ଏଲ୍ଟି, ରୀତାରାଣୀ ନାୟକ, ଏନ୍ ଏ ଏମ୍ ଏବଂ ରାଧାରାଣୀ ସାହୁ ଯୋଗଦେଇ ସମସ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇଦେଇଥିଲେ । ଏହି ଅବସରରେ ସଖୀ ଏବଂ ଚାଇଲ୍ଡଲାଇନ ତରଫରୁ ସଚେତନତା କାର୍ଯ୍ୟକ୍ରମ ଆୟଜନ କରାଯାଇଥିଲା ।
