ଓଡ଼।ପଡ଼ା ବ୍ଲକ ଅନ୍ତର୍ଗତ ନିମିଧା ଗ୍ରାମର ଜୈନିକା ମହିଳାଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ନାମ ବାଦ ପଡିଥିବାରୁ ପୁନଶ୍ଚ ନାମ ସଂଯୋଗ କରିବାକୁ ଦାବୀ କରାଯାଇଛି ।
ନିମିଧା ଗ୍ରାମର ଅଭି ସିଂହଙ୍କ ପତ୍ନୀ ମଞ୍ଜୁ ସିଂହଙ୍କ ଅଭିଯୋଗ ଅନୁସାରେ ୨୦୧୯ରେ ତାଙ୍କୁ ସରକାରଙ୍କ ତରଫରୁ ଏକ ପ୍ରଧାନମନ୍ତ୍ରୀ ଆବସ ମିଳିଥିଲା । ତାଙ୍କୁ କାର୍ଯ୍ୟାଦେଶ ମିଳିଛି ବୋଲି ସରପ ଞ୍ଚ ଏବଂ ପଞ୍ଚାୟତ ସମ୍ପାଦକ ଜଣାଇବା ପରେ ସେ ଘର ଭାଙ୍ଗି ଅନ୍ୟ ଘରେ ଆଶ୍ରୟ ନେଇଥିଲେ । କରୋନା ଯୋଗୁ କାମବନ୍ଦ ହୋଇଥିଲା ।
ପୁଣି ୨୦୨୧ରେ ସେ ଘର କରିବାକୁ ସରପ ଏବଂ ସମ୍ପାଦକଙ୍କୁ ଅବଗତ କରିବା ପରେ ତାଙ୍କ ନାମ କଟିଯାଇଥିବାର ସରପଞ୍ଚ କହିଥିଲେ । ଏ ପରିକି ଆଉଥରେ ଜିଲ୍ଲାପାଳଙ୍କୁ ଜଣାଇବାକୁ
କହିବା ପରେ ସେ ଲିଖି୍ତ ଭାବରେ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି । ତୁରନ୍ତ ଗୃହହୀନ ପରିବାରକୁ
ଘର ଯୋଗାଇଦେବାକୁ ଦାବୀ ହୋଇଛି ।
