News
lipub
samparksetu

ମଣ୍ଡିରେ ଧାନ ଦେଇ ଚାଷୀ ହତାଶ ,୨୪ ଘଣ୍ଟା ନୁହେଁ ୧୧ ଦିନ ପରେ ବି ମଳୁନି ଧାନ ଟଙ୍କା

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଇନ୍ଦିପୁର ସେବା ସମବାୟ ସମିତି ଜରିଆରେ ଧାନ ମଣ୍ଡିରେ ଧାନ ଦେଇ ଚାଷୀମାନେ ହତାଶ ହୋଇ ପଡିଛନ୍ତି । ସରକାରଙ୍କ ନିୟମ ଅନୁସାରେ ଧାନ ମଣ୍ଡିରେ ଦେବା ପରେ ଚବିଶ ଘଣ୍ଟା ରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପ୍ରଦାନ କରାଯିବ ।

ଚଳିତ ମାସ ୧୦ତାରିଖ ଦିନ ଇନ୍ଦିପୁର ସେବା ସମବାୟ ସମିତିରେ ଚାଷୀମାନେ ଧାନ ବିକ୍ରୟ କରିଥିଲେ । ଏହି ଦାନ ଇନ୍ଦିପୁରୁ ଜେନାମଣି ସ୍ୱୟଂସହାୟକ ଗୋଷ୍ଠୀ କ୍ରୟ କରିଥିବାବେଳେ ଅନ୍ନପୂର୍ଣ୍ଣା ରାଇସ ମଲି ଧାନ ନେଇଥିବାର ଜଣାପଡିଛି । ଧାନ ବିକ୍ରୟ ପରେ ଚାଷୀମାନେ ଧାନ ବିକ୍ରୀ ଟଙ୍କା ପାଇବାକୁ ବାରମ୍ବାର ସମବାୟ ସମିତି ଏବଂ ଏସଏସଜି ଗ୍ରୁପକୁ ଯୋଗାଯୋଗ କଲେସେମାନେ କୌଣସି ସଠିକ ଉତ୍ତର ଦେଉନାହାଁନ୍ତି ।

ମଣ୍ଡିରେ ଧାନ ଦେବା ପରେ ୨୪ ଘଣ୍ଟା କ’ଣ ଆଜକୁ ୧୧ ଦିନ ପରେ ମଧ୍ୟ ଚାଷୀମାନଙ୍କୁ ଟଙ୍କା ମିଳିନଥିବାର ଜଣାପଡିଛି । ଏହାକୁ ନେଇ ୧୦ତାରିଖରେ ଧାନ ଦେଇଥିବା ଚାଷୀମାନେ ତିବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ତୁରନ୍ତ ଧାନ ଟଙ୍କା ପ୍ରଦାନ କରିବାକୁ ଚାଷୀ ମାନେ ନିବେଦନ କରିଛନ୍ତି ।

new life
You might also like
error: Content is protected !!