ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଖଡଗପ୍ରସାଦ ଓ କୁରୁଣ୍ଟି ଠାରେ ଥିବା ଲାନକୋ ବାବନ୍ଧ ପାୱାର ପ୍ଲ କୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ନୂଆ ମୋଡ ନେଇଛି । ସମସ୍ୟାର ସମାଧାନ
ପାଇଁ ପ୍ରଜାସଙ୍ଘ ନୂଆଦିଲ୍ଲୀ ସ୍ଥିତ ଏନସିଏଲପିର ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ପ୍ରଜା ସଙ୍ଘକୁ ୧ ଶହ କୋଟି ୭୮ ଲକ୍ଷ ଦେବା ପରେ ସମସ୍ୟାର ସମାଧାନ କରାଯିବ ବୋଲି ଚରମ ନିଷ୍ପତି
ଗ୍ରହଣ କରାଯାଇଛି ।
ଖଡଗପ୍ରସାଦ,କୁରୁଣ୍ଟି ଗ୍ରାମ ନିକଟରେ ୧ ହଜାର ୨୩୨ ଏକର ଜମିରେ ୧୩୨୦ ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନପାଇଁ ଲାନକୋ ବାବନ୍ଧ ପାୱାର ପ୍ଲା ପାଇଁ ୮ ହଜାର କୋଟିଟଙ୍କା ବିନିଯୋଗ
କରିବାର ଲକ୍ଷ ରଖିଥିଲା । କିନ୍ତୁ ମୁମ୍ବାଇର ନ୍ୟାସନାଲ କମ୍ପାନୀ ଲ ଟ୍ରାଇବୁନାଲ ଏହାକୁ ଦେବାଳିଆ ଦର୍ଶାଇବା ଦ୍ୱାରା ଏହା ବନ୍ଦ ହୋଇରହିଗଲା । ଲାନକୋ କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ଓ ବାକି ଥିବା ପେମେଣ୍ଟ ସହିତ କମ୍ପାନୀ ଅଦ୍ୟାବଧି ଜମି ପ୍ରଜାଙ୍କୁ ଜମି ବାବଦ ବକେୟା ଟଙ୍କା ଚାକିରୀ ପାରିପାର୍ଶୀକ ଉନ୍ନୟନ କାର୍ଯ୍ୟ, ପ୍ରତିଶ୍ରୁତି ମୂଳକ ଚାକିରୀ ଓ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ କରିନଥିବା ଓ ଜମି ହରାଙ୍କୁ ତାଙ୍କ ଜମି ଫେରସ୍ତ ଦେବା ଦାବୀରେ ଅଟଳ ରହି ଆନ୍ଦୋଳନ ଚଳାଇଥିଲେ ।
ଆଜି ଅନୁଷ୍ଠିତ ତ୍ରୀପାକ୍ଷିକ ବୈଠକରେ ପ୍ରଥମେ ସମସ୍ୟା ସମାଧାନ କରି କାର୍ଯ୍ୟକରିବାକୁ ହେଲେ କାରଖାନା କର୍ତ୍ତୃପକ୍ଷ ପ୍ରଥମେ ୧ କୋଟି ୭୮ଲକ୍ଷ ଟଙ୍କା ପ୍ରଦାନ କରିବାକୁ ପଡିବ । ଜମି ବାବଦକୁ ୧ ଶହ କୋଟି ୫ଲକ୍ଷ ୬୦ ହଜାର,ନିର୍ମାଣ କାର୍ଯ୍ୟ ପାଇଁ ୧୮ କୋଟି ୨୦ଲକ୍ଷ,ଯୋଗାଣ ପାଇଁ ୧୫ କୋଟି,ନିଯୁକ୍ତି ପାଇଁ ୩
କୋଟି ୪୦ଲକ୍ଷ,ଦରମା ପାଇଁ ୪୦ଲକ୍ଷ ଏବଂ ଚାକିରି ପ୍ରତିଶୃତି ପାଇଁ ୪୦ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଦାବୀ ହୋଇଛି ।
ଏହି ବୈଠକରେ ସଙ୍ଘ ସଭାପତି ଗଙ୍ଗାଧର ସାମଲ,ସମ୍ପାଦକ ବିଜୟ କୁମାର ଧଳ,ଉପସଭାପତି ନରେନ୍ଦ୍ର ସାହୁ,କାର୍ଯ୍ୟକାରୀ ସମ୍ପାଦକ ବିନୋଦ ସାହୁ,କୋଷାଧ୍ୟକ୍ଷ ଅଖିଳ କୁମାର ମହାପାତ୍ରଙ୍କ ସହିତ ଖଗଡପ୍ରସାଦ,କୁରୁଣ୍ଟି ଗ୍ରାମର ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ ।ଏହି ଟଙ୍କା କାରଖାନା । ତରଫରୁ ପ୍ରଦାନ କଲେ ପ୍ରଜାସଙ୍ଘ ଏବଂ ଗ୍ରାମବାସୀ ମାନେ ଅନ୍ୟ କୌଣସି ସମସ୍ୟା ସୃଷ୍ଟି କରିବେ
ନାହିଁବୋଲି ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷିରେ ସଙ୍ଘ ତରଫରୁ ସଭାପତି ଗଙ୍ଗାଧର ସାମଲ ନ୍ୟାୟ ପାଇଁ ଏନସିଏଲପି ହାଇଦ୍ରାବାଦର ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି ।
