News
lipub
samparksetu

ଗୁଣଦେଇ ଗ୍ରାମ ରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ପାଇଁ ନିଧି ସଂଗ୍ରହ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ର ଗୁଣଦେଇ ଗ୍ରାମ ରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ପାଇଁ ଆଜି ନିଧି ସଂଗ୍ରହ କରାଯାଇଛି । ଏହି ଅଭିଯାନ ଗୁଣଦେଇ ଗ୍ରାମ ସଭାପତି ଶ୍ରୀ ଧନେଶ୍ୱର ଦେହୁରୀ, ସମାଜ ସେବୀ ଶ୍ରୀ ଅରୁଣ କୁମାର ସାହୁ,ବିକାଶ ଦେହୁରୀ, ମାଧବାନନ୍ଦ ଦେହୁରୀ,ଆର୍ତ୍ତତ୍ରାଣ ଦେହୁରୀ ,ଫକୀର ଚରଣ ବେହେରା,ରୁଦ୍ରଦେଵ ପ୍ରଧାନ ଙ୍କ ତତ୍ବାବଧାନ ରେ ସମ୍ପନ୍ନ ହୋଇଛି । ଅଭିଯାନ ପାଇଁ ଆସିଥିବା ଓଡ଼ାପଡ଼ା ବ୍ଲକ ର ସମସ୍ତ ୫୦ ଜଣ କାର୍ଯ୍ୟକର୍ତ୍ତା ଗୁଣଦେଇ ବସ୍ ଷ୍ଟାଣ୍ଡ ପାଖରୁ ବାଇକ୍ ରାଲି ଯୋଗେ ଆସି ପ୍ରଥମେ ସତ୍ୟ ନାରାୟଣ ମନ୍ଦିର ରେ ପୂଜାର୍ଚ୍ଚନା କରିଥିଲେ ।

ତାପରେ ନାମ ସଂକୀର୍ତ୍ତନ ସହ ଗ୍ରାମ ଭ୍ରମଣ କରିଥିଲେ ଏବଂ ଶ୍ରୀରାମ ମନ୍ଦିର ପାଇଁ ନିଧି ସଂଗ୍ରହ କରିଥିଲେ। ଏହି ଅଭିଯାନ ରେ ବ୍ଲକ ଅଭିଯାନ ପ୍ରମୁଖ ସନ୍ତୋଷ ରାଉତ, ହିସାବ ରକ୍ଷକ ଜଗଦୀଶ ଖିଲାର, ସହ ହିସାବ ରକ୍ଷକ ସନ୍ତୋଷ ମହାଭୋଇ, କାର୍ଯ୍ୟାଳୟ ପ୍ରମୁଖ ଚନ୍ଦନ ମହାଭୋଇ, ବିଶ୍ବହିନ୍ଦୁ ପରିଷଦ ର ବ୍ଲକ ସଭାପତି ରଞ୍ଜିତ ନାୟକ, ସହଦେଵ ପୃଷ୍ଟି, ଅନନ୍ତ ଚରଣ ସାହୁ, ସନାତନ ନାୟକ, ରାମଚନ୍ଦ୍ର କରଣ, ସମର୍ ଜିତ୍ ପଟ୍ଟନାୟକ, ଓଡ଼ାପଡ଼ା ଶିଶୁ ମନ୍ଦିର ର ଗୁରୁଜୀ ଗୁରୁମା, ଏକଲ ଅଭିଯାନ ର ଭାଇ ଭଉଣୀ ପ୍ରମୁଖ ଉପସ୍ଥିତ ଥିଲେ । ଅଭିଯାନ ସମାପ୍ତ ହେଲାପରେ ସମସ୍ତେ ପ୍ରସାଦ ସେବନ ସାରି ମହାଦିଆ ଗ୍ରାମ କୁ ନିଧି ସଂଗ୍ରହ ପାଇଁ ଯାଇଥିଲେ ।

new life
You might also like
error: Content is protected !!