News
lipub
samparksetu

ସମସ୍ୟା ଘେରରେ ପାକଟମୁଣ୍ଡା ଗ୍ରାମ

       ଦୀର୍ଘବର୍ଷ ଧରି ସମସ୍ୟା ଘେରରେ ପଡ଼ିରହିଛି ପାକଟମୁଣ୍ଡା ଗାଁ,ବାରମ୍ବାର ପ୍ରଶାସନିକ ଅଧିକାରୀ ଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ବିଭାଗୀୟ ଅଧିକାରୀ ମାନେ।  ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଏହି ଗାଁର ଲୋକେ ମାନେ। ପଞ୍ଚାୟତ ନିର୍ବାଚନ ରେ ଭୋଟ ବର୍ଜନ କରିଥିଲେ ମଧ୍ୟ ହୋଇ ପାରିଲା ନାହିଁ ଗାଁ କୁ ଖଣ୍ଡିଏ  ଭଲ ରାସ୍ତା।

ପିଲାମାନେ ପଠା ପଢିବାକୁ ଯିବାକୁ ହେଲେ ପ୍ରଥମେ ଗୋଟିଏ ନାଳ ପଡ଼ିଥାଏ।ଗାଁ ରେ ଯେବେ ପ୍ରସୂତି ଗର୍ଭବତୀ ମା ଟିଏ ଗର୍ଭ ଯନ୍ତ୍ରଣା ଅନୁଭବ କରିଥାଏ,ସେତେବେଳେ ୧୦୮ ଆମ୍ବୁଲାନ୍ସ ଟିଏ ଲୋଡା ହୁଏ, କିନ୍ତୁ ଗାଁ କୁ ଆମ୍ବୁଲାନ୍ସ ଆସିବାକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସି ଫେରିଯିବା ବଡ ବିଡମ୍ବନାର ବିଷୟ। ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ ପାକଟମୁଣ୍ଡା ଗାଁ ର ଲୋକେ ପଞ୍ଚାୟତ ନିର୍ବାଚନ ସମୟରେ ସମସ୍ତ ଗାଁ ର ପ୍ରତେକ ସମସ୍ୟା କୁ ନେଇ ଭୋଟ ବର୍ଜନ କରିଥିଲେ।

ଭୋଟ ବର୍ଜନ କରିବା ପରେ ଏବେବି ସେଇ ପୂର୍ବ ଭଳି ସମସ୍ୟା ଭିତରେ ପଡିରହିଛନ୍ତି। ବିଭାଗୀୟ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ନେତା ମନ୍ତ୍ରୀକୁ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୋଗ ତାଙ୍କର ହିଁ ଅଭିଯୋଗ ରେ ରହିଯାଉଛି। ପିଲା ମାନଙ୍କ ପଢ଼ିବାରେ ଅସୁବିଧା ହେଉଥିବା ମଧ୍ୟ କହିଛନ୍ତି।

ଗାଁ କୁ ଭଲ ରାସ୍ତା ନ ଥିବାବେଳେ ଗାଁ କୁ ସରକାରଙ୍କ ପକ୍ଷରୁ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ଆସୁଛି କେମିତି। ଗାଁ ର ଉନ୍ନତି ମୂଳ କାର୍ଯ୍ୟ ନକରି ଏନଆରଜିଏସ କାର୍ଯ୍ୟକାରୀ ଧୋଳି ସାତ୍ କରୁଥିବା କିଛି ଠିକାଦାର ବ୍ୟକ୍ତିମାନଙ୍କ ଲମ୍ବା ଧାଡ଼ି ଲାଗିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ଗ୍ରାମ ବାସୀ। ଗାଁ ର ସମସ୍ୟା କୁ ନେଇ ସମସ୍ତ ଗଣ ମାଧ୍ୟମରେ ପ୍ରକାଶ ହେଉଛି କିନ୍ତୁ କାର୍ଯ୍ୟାନୁଷ୍ଠାନ କିଛି ନ ହେଉଥିବା ଦେଖିବାକୁ ମିଳୁଛି। ତେବେ ଗାଁ କୁ ଭଲ ରାସ୍ତା ସାଙ୍ଗ କୁଖଣ୍ଡିଆ ହୋଇଥିବା ପୋଲ ଟିକୁ ନିର୍ମାଣ କରିବାକୁ ଅଞ୍ଚଳ ବାସୀ ଏବେ ଦାବି କରିଛନ୍ତି ।

new life
You might also like
error: Content is protected !!