News
lipub
samparksetu

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜାଲିଆତି ,ପଣ୍ଡା ନର୍ସିଂହୋମ ସିଲ କଲା ଟିମ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଗୁଡିଆନାଳୀରେ ଥିବା ପଣ୍ଡା ନର୍ସିଂହୋମକୁ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାକୁ ଜାଲିଆତି କରିବା ଘଟଣାରେ ପ୍ରଶାସନ ତରଫରୁ ସିଲ କରାଯାଇଛି । ସହର ସ୍ଥିତ ଟାଉନଥାନା ନିକଟସ୍ଥ ଗୁଡିଆନାଳୀରେ ରେ ଥିବା ପଣ୍ଡା ନର୍ସିଂ ହୋମକୁ କିଛି ଦିନ ତଳେ ଜଣେ ମହିଳା ଗଲ ବ୍ଲାଡର ଷ୍ଟୋନ ଅପରେସନ ପାଇଁ ଆସିଥିଲେ ।

ନର୍ସିଂହୋମ ତରଫରୁ ମହିଳାଙ୍କର ବିଜୁ ସ୍ୱସ୍ଥ୍ୟ କାର୍ଡ ନେବା ପରେ ଆଡମିଶନ ନକରି ମହିଳା ଜଣକୁ କଟକ ସ୍ଥାନାନ୍ତର କରିଦେଇଥିଲେ । ମହିଳା ଜଣକ ଗୁରୁତର ଅବସ୍ଥାରେ କଟକରେ ପହଂଚିବା ବେଳକୁ ପ୍ରାଣବାୟୁ ଉଡିଯାଇଥିଲା । ଡାକ୍ତାର ତାଙ୍କୁ ମତୃ ଘୋଷଣା କରିଥିବା ବେଳେ ଏହାକୁ ନେଇ ପରିବାର ବର୍ଗ ଜିଲ୍ଲାପାଳଙ୍କ ନିକଟରେ ଅଭିଯାଗ କରିଥିଲେ ।

ଅଭିଯୋଗକୁ ଭିତ୍ତିକରି ଜିଲ୍ଲାପାଳ ସରୋଜ କୁମାର ସେଠୀ ଏକ ଟିମ କରିବା ସହିତ ଶନିବାର ଦିନ ସଦର ତହସିଲଦାର ସୁଧାଂଶୁ କୁମାର ସାହୁ,ସିଡିଏମଓ ଅଶୋକ କୁମାର ଦାଶଙ୍କ ନେତୃତ୍ୱରେ ପୋଲିସ ସହିତ ସଦଳବଳେ ଚଢାଉ କରିଥିଲେ । ଚଢାଉ ବେଳେ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଏବଂ ଅନ୍ୟ କାଗଜ ପତ୍ରରେ ହେରଫେର ନେଇ ଟିମ ତରଫରୁ ନର୍ସିଂହୋମକୁ ସିଲ କରାଯାଇଥିବାର ଜଣାପଡିଛି ।

ଘଟଣାକୁ ନେଇ ଜିଲ୍ଲାପାଳ ସମସ୍ତ ନସିଂହୋମର ତନଖି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ପୂର୍ବରୁ କଟକ ଜିଲ୍ଲା ଆଠଗଡରେ ଥିବା ପଣ୍ଡାନର୍ସିଂ ହୋମରେ ଏଭଳି ଜାଲିଆତିକୁ ନେଇ ସିଲ କରାଯାଇଥିଲା ।ଏକ ସୂତ୍ରରୁ ଜଣାପଡିଛି ଯେ ସହରରେ ୨୦ରୁ ଅଧିକ ନର୍ସିଂହୋମ ଚାଲୁଛି । ଏହି ନର୍ସିଂ ହୋମ ଗୁଡିକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଗୁଡିକ ହେର ଫେର କରି ବର୍ତ୍ତମାନ ସୁଦ୍ଧା ୨୭ କୋଟି ଟଙ୍କା ହଡପ କରିସାରିଛନ୍ତି ।

new life
You might also like
error: Content is protected !!