News
lipub
samparksetu

ଆର ପାରିରେ ପାରିମାଳ ମହାବିଦ୍ୟାଳୟ ର ବାଣିଜ୍ୟ ଅଧ୍ୟାପକ

ଭାଇ, ମାଆ ଓ ବାପାଙ୍କ ପରେ ଆର ପାରିରେ ଅଧ୍ୟାପକ ଶ୍ରୀ ଚନ୍ଦନ ସାହୁ। କାମାକ୍ଷାନଗର ବାସଭବନରେ ଗତ କିଛି ଦିନ ତଳେ ବାପା ସ୍ବର୍ଗତ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ କରୋନାରେ ମୃତ୍ୟୁ ଘଟିଥିଲା।

ଆଜି ସକାଳେ ଅଧ୍ୟାପକ ଶ୍ରୀ ସାହୁଙ୍କ ମୃତ୍ୟୁ ଘଟିଛି। ସେ ମାସେ ହେଲେ କଟକର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ୧୯୯୨ ମସିହା ଠାରୁ ପାରିମାଳ ମହାବିଦ୍ୟାଳୟ (ପଣ୍ଡୁଆ)ରେ ବାଣିଜ୍ୟ ବିଭାଗରେ ଶିକ୍ଷାଦାନ ଦେଇ ଆସୁଥିଲେ।

ତାଙ୍କର ପୈତୃକ ଗ୍ରାମ କାମାକ୍ଷାନଗର ବ୍ଲକ ବାଙ୍କୁଆଳ ହୋଇଥିଲା ବେଳେ ସେ କାମାକ୍ଷାନଗର ରେ ସପରିବାର ରହି ଆସୁଥିଲେ। ତାଙ୍କର ମୃତ୍ୟୁରେ ସମଗ୍ର କାମାକ୍ଷାନଗର ସ୍ତବ୍ଧ ହୋଇଯାଇଛି। ଗୋଟିଏ ପରେ ଗୋଟିଏ ଚାରୋଟି ଜୀବନ ଚାଲିଯାଇଛି।

new life
You might also like
error: Content is protected !!