News
lipub
samparksetu

ନାଳରେ ବୁଡି ଯୁବକ ମୃତ

ପରଜଙ୍ଗ ଥାନା ଅଧୀନସ୍ଥ ଦଦରାଘାଟି ଫାଣ୍ଡି ଅନ୍ତର୍ଗତ କୁଲେଇ ଗ୍ରାମ ର ରଗଡ଼ି ସାହିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ସେହି ଗ୍ରାମର କୈଳାସ ଭୂତିଆଙ୍କ ପୁଅ ଡାକ୍ତର ଭୂତିଆ (୨୧) ଗ୍ରାମ ପାଖ ଗମ୍ଭାରିଆ ନାଳକୁ ମାଆ ଙ୍କ ସହିତ ଗାଧୋଇବାକୁ ଯାଇ ଗଭୀର ପାଣିରେ ବୁଡି ଯାଇଥିଲେ ।

ମାଆ ଙ୍କ ସହିତ ଗାଧୋଉଥିବା ବେଳେ ଅଧିକ ପାଣିରେ ଗାଧୋଇବା କୁ ଜିଦ୍ କରିଥିଲା ପୁଅ ମାଆ ଙ୍କର ଟିକେ ନଜର ହଟିବାରୁ ଡାକ୍ତର ପାଣିରେ ବୁଡି ଯାଇଥିଲେ । ମାଆ ଙ୍କ ଆଖି ଆଗରେ ବୁଡି ଗଲା ପୁଅ । ପରେ ମୃତ ଦେହ ଭାସୁଥିବାର ଲୋକେ ଦେଖିଥିଲେ ।

ଖବର ପାଇ ଫାଣ୍ଡି ଅଧିକାରୀ ସୁଜିତ କୁମାର ସାହୁ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ସ୍ବାସ୍ଥ୍ୟ କେନ୍ଦ୍ର ରେ ଶବ ବ୍ୟବଚ୍ଛେଦ କରିବା ପାଇଁ କୌଣସି ସୁବିଧା ନଥିବାରୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ କୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଫାଣ୍ଡି ଅଧିକାରୀ କହିଛନ୍ତି ।ପରଜଙ୍ଗ ସ୍ବାସ୍ଥ୍ୟ କେନ୍ଦ୍ର ରେ ଏଭଳି ବ୍ୟବସ୍ଥାକୁ ସାଧାରଣରେ ନିନ୍ଦା ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!