News
lipub
samparksetu

ଦିତୀୟ ଦିନରେ ବିସ୍ଥାପିତ ପ୍ରଜାମଞ୍ଚ ଙ୍କ ଅଭିନବ ଉପାୟରେ ପ୍ରତିବାଦ

ଦଦରାଘାଟି ଜଳ ସେଚନ ପ୍ରକଳ୍ପ ବିସ୍ଥାପିତ ପ୍ରଜା ଙ୍କ ଦିତୀୟ ଦିନରେ ଅଭିନବ ଉପାୟରେ ପ୍ରତିବାଦ ଜାରି ରହିଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଆଖୁଆପାଳ ପଞ୍ଚାୟତର ଭେଜିଆ କଲୋନୀ ନଂ ୩ ଓ ୪ ପ୍ରଜାମାନେ ଓ ସମାଜସେବୀ ଦିଲୀପ କୁମାର ନାଥ ଙ୍କ ନେତୃତ୍ୱ ରେ ପ୍ରତିବାଦ କରିଥିଲେ ।

ଶତାଧିକ ମହିଳା ଓ ପୁରୁଷ ବିସ୍ଥାପିତ ପ୍ରଜା ପରଜଙ୍ଗ ତହସିଲ କାର୍ଯ୍ୟାଳୟ ରେ କାଲି ଠାରୁ ପ୍ରତିବାଦ କରି ଆଜି ପୁଣି ପରଜଙ୍ଗ ବଜାର ଠାରୁ କୋକେଇ ଧରି ଏକ ପଦ ଯାତ୍ରା କରି ତହସିଲ କାର୍ଯ୍ୟାଳୟ ସାମ୍ନାରେ ମୁଣ୍ଡ ଲଣ୍ଡା କରି ଅଭିନବ ଉପାୟରେ ପ୍ରତିବାଦ କରିଥିଲେ ।

ଭେଜିଆ କଲୋନୀ ନମ୍ବର ୩ ଓ ୪ ପଡା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯାଉ ସରକାର ଯେପର୍ଯ୍ୟନ୍ତ ପ୍ରତିବାଦ କାର୍ଯ୍ୟକାରୀ କରିନାହାନ୍ତି ସେ ପର୍ଯ୍ୟନ୍ତ ଅନଶନ ପ୍ରତିବାଦ ଜାରି ରହିବ ବୋଲି ଦିଲୀପ ନାଥ କହିଛନ୍ତି ।

new life
You might also like
error: Content is protected !!