News
lipub
samparksetu

ପୋଲିସ ପାଟ୍ରୋଲିଙ୍ଗ ଦେଖି ଅନ୍ଧାରୁଆ ଦୌଡିବା କାଳ ହେଲା ,
କୂଅରେ ପଡି ଇଂଜିନିୟରିଂ ଛାତ୍ରଙ୍କ ଜୀବନ ଗଲା !

ମୋବାଇଲି ଦେଖିବାରେ ମଝିଯାଇଥିବା ଛାତ୍ର ଟି ପୋଲିସ ଗାଡି ଦେଖି ଜାଣିପାରିନଥିଲା କଣ କରିବ, ଗାଡି ଲାଇଟ ଦେଖି ଅନ୍ଧାରୁଆ ଦୌଡିବା ଯୋଗୁ ପରିତ୍ୟକ୍ତ କୂଅ ରେ ପଡିଯାଇ ମୃତ୍ୟୁ ବରଣ କରିଛନ୍ତି ପିଙ୍ଗୁଆ ଗ୍ରାମ ର ଜଣେ ମେଧାବୀ ଯୁବକ ।

ନିହଲପ୍ରସାଦ ପୋଲିସ ସୂତ୍ର ରୁ ମିଳିଥିବା ଖବର ଅନୁଯାୟି ଗଁଦିଆ ବ୍ଲକ ପିଙ୍ଗୁଆ ଗ୍ରାମର ହୃଷିକେଶ ବାରିକ ଙ୍କ ପୁଅ ଵିଭୂଚାନ୍ଦ ବାରିକ (୨୦)ମଙ୍ଗଳବାର ସାନ୍ଧ୍ୟ। ରେ ପିଙ୍ଗୁଆ ରୁ ମଂଜୁରୀପଡା ରାସ୍ତା ରେ ପାଟଣାସାହି ରାସ୍ତା କଡ କଲଭର୍ଟ ଉପରେ ସାଥୀ ମାନଙ୍କ ସହ ବସୀ ମୋବାଇଲ ଦେଖୁଥିଲେ ,ନିହାଲପ୍ରସାଦ ପୋଲିସ ସେମାନଙ୍କୁ ତାଗିଦ କାରି ମଞ୍ଜୁରୀ ପଡା ଆଡକୁ ଯାଇଥିଲେ ।

ମଂଜୁରୀପଡା ପଟ ରୁ ଏକ ଗାଡି ଆସିବାର ଦେଖି ମୋବାଇଲ ଦେଖୁ ଥିବା ଯୁବକ ଦୌଡିବା ଆରମ୍ଭ କରିଥିଲେ । ଵିଭୂଚାନ୍ଦ ଅନ୍ଧାରୁଆ କୂଅ ରେ ପଡିଯାଇଥିଲେ ।

ପରିବାର ଲୋକ ବହୁ ସମୟ ଖୋଜାଖୋଜି କରିବା ପରେ କୂଅ ରେ ପଡିଥିବାର ସଂଦେହ କାରି ଗଁଦିଆ ଅଗ୍ନିଶମ ସଂସ୍ଥା କୁ ଖବର ଦେଇଥିଲେ , ଶବ କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

new life
You might also like
error: Content is protected !!