News
lipub
samparksetu

ମନ୍ଦିର ପୂଜକ ମହାସଂଘ ପକ୍ଷରୁ ସ୍ୱଚ୍ଛତା ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଶିବଶକ୍ତି ମନ୍ଦିର ପୂଜକ ମହାସଂଘ ଓଡିଶା ଶାଖା ଢେଙ୍କାନାଳ ଆନୁକୂଲ୍ୟରେ ଓଡ଼ାପଡ଼ା ବ୍ଲକ ନାଧରା ପ୍ରସିଦ୍ଧ ଶୈବପୀଠ ଶ୍ରୀ ଗୋକନକେଶ୍ୱର ଦେବଙ୍କ ମନ୍ଦିର ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ସହ ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଶୈବ ସଂସ୍କୃତି ର ପୁନରୁଦ୍ଧାର, ଶୈବ ସେବାୟତ ମାନଙ୍କୁ ଉଚିତ୍ ପ୍ରାପ୍ୟ, ସାମୁହିକ ବ୍ରତୋପନୟନ ଆଦି ବିଷୟରେ ଏକ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ଶିବଶକ୍ତି ମନ୍ଦିର ପୂଜକ ସଙ୍ଘର ସ୍ବାଧୀନ ମହାପାତ୍ର, ପ୍ରିୟବ୍ରତ ମହାପାତ୍ର, କାମାକ୍ଷା ପ୍ରସାଦ ରଣା, ଦେବୀଦତ୍ତ ମହାପାତ୍ର ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ପରିଚାଳନା କରିଥିଲେ।

ମନ୍ଦିର ପରିସରରେ ଅବସ୍ଥିତ ବ୍ରାହ୍ମଣୀ ନଦୀ କୁଳରେ ବୃକ୍ଷ୍ୟ ରୋପଣ କରାଯାଇଥିଲା ଏବଂ ମନ୍ଦିର ପରିସରକୁ ପରିସ୍କାର ପରିଛନ୍ନ କରାଯାଇଥିଲା | ଜିଲ୍ଲା ପରିଚାଳକ ଗୋଷ୍ଠୀ ମଧ୍ୟରୁ ମାନସ ରଞ୍ଜନ ରଣା, ସଙ୍ଗ୍ରାମ ମହାପାତ୍ର, ରାହୁଲ ମହାପାତ୍ର, ପଙ୍କଜ ଦାସ, ସୌମ୍ୟରଂଜନ ମହାପାତ୍ର, ସମ୍ବିତ ମହାପାତ୍ର, ବିମଳ ମହାପାତ୍ର, ଉଛବ ରଣା ପ୍ରମୁଖ ଉପସ୍ଥିତ ରହି ସ୍ୱଚ୍ଛତା ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ।

ଆଗାମୀ ଦିନରେ ଜିଲ୍ଲାର ଉପାନ୍ତ ଅଞ୍ଚଳ ମାନଙ୍କରେ ଏହିଭଳି ଆହୁରି ଅନେଜ ସମାଜସେବା ମୂଳକ କାର୍ଯ୍ୟ କରାଯିବ | ଏହି ଜନକଲ୍ୟାଣ ସମାବେଶରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଦେବ ପିଠ ଓ ଶକ୍ତି ପୀଠ ର ସେବାୟତ ମାନେ ଯୋଗଦେଇଥିଲେ |

new life
You might also like
error: Content is protected !!