News
lipub
samparksetu

ରାମିଆଳ ବାମ ପାର୍ଶ୍ବ ରେ ୬୦ ଫୁଟର ଘାଇ !

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କରଗୋଳା ପଞ୍ଚାୟତ କୁଶବେରଣା ଛକ ଠାରେ ରାମିଆଳ ଡ୍ଯାମର ବାମ ପାର୍ଶ୍ବ କେନାଲରେ ୬୦ ଫୁଟ ଲମ୍ବର ଏକ ଘାଇ ସୃଷ୍ଟି ହେବା ଫଳରେ ତଳ ପାର୍ଶ୍ବରେ ଥିବା ଡଙ୍ଗାପାଳ ଓ ଡିହଯୋଡି ପଶିର ଚାଷ ଜମିରେ ମାଟି ପୋତି ହୋଇଯିବା ଫଳରେ ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ମାଡି ବାଲିଚର ହେବାର ଦେଖିବାକୁ ମିଳିଛି ।

ପ୍ରକାଶ ଥାଉକି ୨୦୧୮ଓ ୨୦୧୯ ମସିହାରେ କେନାଲ ଉଧର କରିବା ପାଇଁ ଏଡିବି ସହାୟତାରେ ପ୍ରଚୁର ପରିମାଣରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ କେନାଲ ଗୁଡିକ ନବୀକରଣ କରାଯାଇଥିଲା ।କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ କାର୍ଯ୍ଯ ନିମ୍ନ ମାନର କରାଯାଇଥିବାରୁ କେନାଲ ମାନଙ୍କରେ ଠିକ୍ ଭାବରେ ପାଣି ନଚାଲିବା ଫଳରେ ଚାଷୀ ମାନେ ଘୋର ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ।

ବର୍ତ୍ତମାନ ସାଇଫୋନ ପାଖରେ ଘାଇ ସୃଷ୍ଟି ହେବା କାରଣ ହେଲା ନିମ୍ନ ମାନର କାର୍ଯ୍ଯ କରାଯାଇଥିବାରୁ।ବର୍ତ୍ତମାନ କେନାଲକୁ ତୁରନ୍ତ ମରାମତି କରାନଗଲେ ଚାଷୀ ମାନଙ୍କ ଚାଷ ଜମିରେ ମରୁଡି ଜନିତ ସମସ୍ୟା ଦେଖାଯିବାର ବହୁତ ସମ୍ଭାବନା ଦେଖାଯାଉଛି।

new life
You might also like
error: Content is protected !!