News
lipub
samparksetu

ନିଜ ଘର କାମ କରିବା ପାଇଁ ମାର୍ବଲ ଆଣୁଥିଲେ ; ମାର୍ବଲ ଚପାରେ ଜୀବନ ଗଲା !

ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ସୁକିଆବାଉତୀ ନିକଟରେ ଆଜି ସନ୍ଧ୍ୟାରେ ମାର୍ବଲ ଚାପିଦେବା ଫଳରେ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ହିନ୍ଦୋଳ ଥାନା ମାଧପୁର ପଞ୍ଚାୟତ କଣ୍ଟାପାଳ ଗ୍ରାମର ସିନ୍ଧୁଆ ବେହେରା ଙ୍କ ପୁଅ ଦଣ୍ଡଧର ବେହେରା ( ୩୦ ) ।

ସୂଚନା ଅନୁଯାୟୀ ,ଦଣ୍ଡଧର ନିଜ ଘର କାମ କରିବା ପାଇଁ ଏକ ପିକଅପ ରେ ମାର୍ବଲ ନେବାପାଇଁ ସୁକିଆବାଉତିି ନିକଟରେ ଥିବା ମାର୍ବଲ ଦୋକାନରେ ପହଞ୍ଚି ମାର୍ବଲ ଲୋଡ୍ କରୁଥିବା ସମୟରେ ହଠାଥ୍ ଦଣ୍ଡଧର ଙ୍କ ଉପରେ ମାର୍ବଲ ମାଡି ବସିଥିଲା ,ଫଳରେ ଦଣ୍ଡଧର ଗୁରୁତର ହୋଇ ପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଅଟୋ ରେ ରାସୋଳ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ କଟକ ପଠାଇ ସ୍ଥାନାନ୍ତର କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ।

new life
You might also like
error: Content is protected !!