News
lipub
samparksetu

ନାଉକିଆରି ଅଞ୍ଚଳରୁ ଅଢେଇ ଲକ୍ଷ ଟଙ୍କାର ଗଞେଇ ଜବତ, ଜଣେ ଗିରଫ

ଗତକାଲି ସକାଳେ ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ନାଉକିଆରି ଅଞ୍ଚଳରେ ଢେଙ୍କାନାଳ ଅବକାରୀ ବିଭାଗ ସ୍ପେଶାଲ ସ୍କାର୍ଡ଼ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ମୋବାଇଲ କଲ ଆସିଥିଲା। ସଂଗେ ସଂଗେ ଅବକାରି ଟିମ ନାଉକିଆରି ଗ୍ରାମରେ ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚି ଚଢାଉ କରିଥିଲେ।

ସ୍ୱର୍ଗତ ଅନ୍ତର୍ଯାମି ସାହୁଙ୍କ ଘରୁ ୫୦କେଜିର ଗଞ୍ଜେଇ ଯାହାର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷରୁ ଉର୍ଦ୍ଧହେବ। ରିଙ୍କୁ ସାହୁ ଗଞ୍ଜେଇ ବିକିଦେବା ପାଇଁ ଚେଷ୍ଟା କରୁଥିବାବେଳେ ଅବକାରୀ ବିଭାଗ ତାକୁ ଗୀରଫ କରିଛି । ଆଜି ରିଙ୍କୁକୁ କୋଟଚାଲାଣ କରାଯିବ ବୋଲି ସ୍ପେଶାଲ ସ୍କାର୍ଡ଼ର ଅବକାରି ଆଉ ଆଇସି ପ୍ରକାଶ କରିଛନ୍ତି।

new life
You might also like
error: Content is protected !!