ରାଜ୍ୟ କିଷାନ କଂଗ୍ରେସ ସମ୍ପାଦକ ଭାବେ ମନୋନୀତ ହେଲେ ଢେଙ୍କାନାଳ ଜିଲ୍ଲା କିଷାନ ସେଲ ପୂର୍ବତନ ସଭାପତି ତଥା ହିନ୍ଦୋଳ କଂଗ୍ରେସର ବରିଷ୍ଠ ନେତା ରତିକାନ୍ତ ଗଡନାୟକ । ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଆଜି ରାଜ୍ୟ ସମ୍ପାଦକ ଭାବରେ ରତିକାନ୍ତ ଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ।
ତୃଣମୁଳ ସ୍ତରରେ କିଷାନ କଂଗ୍ରେସ ର ସଙ୍ଗଠନ କୁ ମଜଭୁତ କରି ଚାଷୀ ମାନଙ୍କ ସମସ୍ତ ପ୍ରକାର ସମସ୍ୟାର ସମାଧାନ ନିମନ୍ତେ ପ୍ରଶାସନ ତଥା ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ମୁଳଲକ୍ଷ ହେବ ବୋଲି ନବ ନିଯୁକ୍ତ ସମ୍ପାଦକ ଜଣାଇଛନ୍ତି । ତେବେ ଏଭଳି ଏକ ଗୁରୁ ଦାୟିତ୍ଵ ପ୍ରଦାନ କରିଥିବାରୁ ପ୍ରଦେଶ କିଷାନ ସେଲ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଓ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି ରତିକାନ୍ତ ଗଡନାୟକ ।
