News
lipub
samparksetu

ଜିଲ୍ଲା ରେଡ଼କ୍ରସ ଶlଖା ପକ୍ଷରୁ ବିଶ୍ଵ ରକ୍ତଦାତା ଦିବସ ପାଳିତ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାରରେ ଜିଲ୍ଲା ରେଡ଼କ୍ରସ ଶlଖା ପକ୍ଷରୁ ବିଶ୍ଵ ରକ୍ତଦାତା ଦିବସ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ ଶାଖା ଅଧ୍ୟକ୍ଷ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଓ ଉପାଧ୍ୟାକ୍ଷ ରୋଟାରୀଆନ ବିରଞ୍ଚି ନାରାୟଣ ପାଣି ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହିତ ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ସିକ୍ୟୁରିଟି ଗାର୍ଡ ଓ ରୋଗୀ ସହାୟକ ମାନଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନ କରିଥିଲେ ଏବଂ ସେମାନେ ନିଜେ ସୁରକ୍ଷିତ ରହି ଅନ୍ୟ ମାନଙ୍କୁ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ ।

ଢେଙ୍କାନାଳ ଜିଲ୍ଲା ରକ୍ତଦାତା ଓ ଅନୁପ୍ରେରକ ସଙ୍ଘ ଓ ରେଡକ୍ରସ ରା଼ପୀଡ଼ ରେସପନ୍ସ ଗ୍ରୁପ ର ମିଳିତ ସହଯୋଗ ରେ ଅନୁଷ୍ଠିତ ରକ୍ତଦାନ ଶିବିର ରେ ୨୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।

ରେଡ଼କ୍ରସ ରା଼ପୀଡ଼ ରେସପନ୍ସ ଗ୍ରୁପ ର ଜିଲ୍ଲା ସଂଯୋଜକ ରୋଟାରୀଆନ ରାଜ କିଶୋର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଗ୍ରୁପ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

new life
You might also like
error: Content is protected !!