News
lipub
samparksetu

ପୋଲିସ ତଦନ୍ତରେ ଅସନ୍ତୁଷ୍ଟି ନେଇ ରାସ୍ତାରୋକ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ ଗୋଚ୍ଛାୟତ ସାହିର ଏକ ଝିଅ ଗତ କିଛିଦିନ ନିଖୋଜ ଥିବା ବେଳେ ପୋଲିସ ତଦନ୍ତରେ ଅସନ୍ତୁଷ୍ଟି ହୋଇ ରାସ୍ତା ରୋକ କରାଯାଇଛି ।

ସୂଚନା ଅନୁଯାୟୀ , ଗତ ୨୧ ତାରିଖ ବିଳମ୍ବିତ ରାତିରେ ବାବୁଲା ଗୋଚ୍ଛାୟତ ଙ୍କ ଝିଅ କାଜଲ ଗୋଚ୍ଛାୟତ (୨୩) ନିଖୋଜ ମାମଲା ନେଇ ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ପୋଲିସ ନିଖୋଜ କେଶ୍ ନମ୍ୱର୍ ୮/୨୧ରେ ସେହିଦିନ ମାମଲା ରୁଜ୍ଜୁ କରି ତଦନ୍ତ ଜାରୀ ରଖିଥିଲା ।

ଏପରିକି ତଦନ୍ତ ପରିସରରେ ଅଭିଯୋଗ ଅନୁଯାୟୀ ଜଣେ ଯୁବକଙ୍କୁ ଥାନାକୁ ଆଣି ପଚରା ଉଚରା କରିଥିଲା ମାତ୍ର ସେ ଏ ଘଟଣାରେ ସଂପୃକ୍ତ ନ ଥିବାର ପୋଲିସ କୁ ସୂଚନା ଦେଇଥିଲେ ।

ପୋଲିସ ତଦନ୍ତ ରେ ବିଳମ୍ବକୁ କୁ ନେଇ ଆଜି ସଂନ୍ଧ୍ୟାରେ ଗୋଚ୍ଛାୟତ ସାହିର ଶତାଧିକ ଲୋକ ଥାନା ଆଗରେ କିଛି ସମୟ ଧରି ରାସ୍ତା ରୋକ୍ କରିଥିଲେ । ଫଳରେ ଉଭୟ ପଟରେ ଶତାଧିକ ଗାଡ଼ି ମୋଟର ଅଟକି ରହିଥିଲା । ଖବର ପାଇ ହିନ୍ଦୋଳ ତହସିଲଦାର ଶୁଶାନ୍ତ କୁମାର ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇ ରାସ୍ତା ରୋକ ହଟାଇବା ସହ ତଦନ୍ତରେ ପୋଲିସ ସହଯୋଗ କରିବ ବୋଲି ପ୍ରତିଶୃତି ଦେଇଥିଲେ ।
ରାସ୍ତା ଅବରୋଧ କରିଥିବା ସାହି ବାସିନ୍ଦାଙ୍କ ପ୍ରତିକ୍ରିୟା

new life
You might also like
error: Content is protected !!