News
lipub
samparksetu

କୃଷି ବୈଜ୍ଞାନିକ ମନୋରଞ୍ଜନ ମହାନ୍ତି ଙ୍କ ପରଲୋକ

ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ଼ ମନୋରଞ୍ଜନ ମହାନ୍ତି ଆଉ ନାହାନ୍ତି ।ଭିଗତକାଲି ୧୯ ତାରିଖ ବୁଧବାର ଦିନ ତାଙ୍କର ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଦେହାନ୍ତ ହୋଇଛି ।

ଗତ ୩ ତାରିଖ ଠାରୁ କୋଭିଡ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ଏବଂ ୧୦\୧୨ ଦିନ ଭେଣ୍ଟିଲେଟର ରେ ରହିଥିଲେ ।ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଥିଲା ।

ମାତ୍ର ଗତକାଲି ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଛି । ଶ୍ରୀଯୁକ୍ତ ମହାନ୍ତି ଜଣେ ମିଷ୍ଟଭାଷି, ସରଳ ମଣିଷ ଥିଲେ ଏବଂ ପ୍ରଚଣ୍ଡ ଜ୍ଞାନର ଅଧିକାରୀ ଥିଲେ । ସେ ବନବିଜ୍ଞାନର ବୈଜ୍ଞାନିକ ଥିଲେ ମଧ୍ଯ କୃଷିର ପ୍ରତ୍ଯେକ ଦିଗରେ ପ୍ରଚଣ୍ଡ ଜ୍ଞାନ ଥିବା ଯୋଗୁଁ କୃଷକ ମାନଙ୍କ ବିଭିନ୍ନ ବୈଷୟିକ ସମସ୍ଯାର ସମାଧାନ କରି ପାରୁଥିଲେ ।

ସେ ଦୀର୍ଘ ବର୍ଷ ହେଲା ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରରେ ଅବସ୍ଥାନ କରି ଢେଙ୍କାନାଳ ଜିଲ୍ଲାର କୃଷିର ଉନ୍ନତିରେ ଜଣେ ପ୍ରମୁଖ ସହଯୋଗୀ ହୋଇ ପାରିଥିଲେ । ଶ୍ରୀଯୁକ୍ତ ମହାନ୍ତିଙ୍କର ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହିତ ବର୍ତ୍ତମାନ ସମୟକୁ ସାମ୍ନା କରିବା ପାଇଁ ଭଗବାନ ତାଙ୍କ ପରିବାର କୁ ଶକ୍ତି ଓ ସାହାସ ପ୍ରଦାନ କରନ୍ତୁ ବୋଲି କୃଷକ ଓ ବୁଦ୍ଧିଜୀବୀ ମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

new life
You might also like
error: Content is protected !!