ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଅବସରରେ ସେବା ହିଁ ସମର୍ପଣ କାର୍ଯ୍ୟକ୍ରମ ୧୭ ସେପ୍ଟେମ୍ବର ରୁ ୭ ଅକ୍ଟୋବର ୨୦ ଦିନ ବ୍ୟାପି ପାଳିତ ହେଉଛି । ଏହି ପରିପ୍ରେକ୍ଷୀରେ ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ଢେଙ୍କାନାଳ ଜିଲ୍ଲା ତରଫରୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପରଜଙ୍ଗ ଯୁବମୋର୍ଚ୍ଚା ପକ୍ଷରୁ ଏକ ରକ୍ତଦାନ ଶିବିର ପରଜଙ୍ଗ ଠାରେ ଆୟୋଜନ ହୋଇଥିଲା । ଏହି ରକ୍ତଦାନ ଶିବିରରେ ମୋଟ ୫୯ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।
ଏହି ରକ୍ତଦାନ ଶିବିରକୁ ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ଉଦଘାଟନ କରିଥିଲେ ।ଉକ୍ତ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଶ୍ରୀ ଦୀପକ କୁମାର ଗୋଛାୟତ, ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି ଶ୍ରୀ ବିଶ୍ୱଜିତ୍ ଷଡ଼ଙ୍ଗୀ, ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ତଥା ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ଶ୍ରୀ ଚନ୍ଦ୍ରକାନ୍ତ ଧଳ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ମହାଦୀପ ଯଶୋବନ୍ତ ମହିମା,ଜିଲ୍ଲା ଉପସଭାପତି ଶ୍ରୀମତୀ ଯଶସ୍ୱନି ରାଉତ, ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦୀକା ଦମୟନ୍ତୀ ପାଣି, ପରଜଙ୍ଗ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ରମେଶ ସାହୁ, ଅଷ୍ଟସମ୍ଭୁ ମଣ୍ଡଳ ସଭାପତି ଦୟାନିଧି ସାହୁ, ସାଆନ୍ଦା ମଣ୍ଡଳ ସଭାପତି ପ୍ରଶାନ୍ତ ନାୟକ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଶ୍ରୀ ସଞ୍ଜୀବ ପଣ୍ଡା, ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପଟ୍ଟନାୟକ, ଜିଲ୍ଲା ଯୁବମୋର୍ଚ୍ଚା ରକ୍ତଦାନ ସଂଯୋଜକ ମନୋଜ ବେହେରା, ଜିଲ୍ଲା ଯୁବମୋର୍ଚ୍ଚା ଅଫିସ ସମ୍ପାଦକ ତଥା ସୋସିଆଲ ମିଡ଼ିଆ, ମିଡ଼ିଆ ସଂଯୋଜକ ଶ୍ରୀ ଶୁଚିତ୍ର ବେହେରା, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଶ୍ରୀ ଲୋକେଶ ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
