News
lipub
samparksetu

ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସଚିବଙ୍କର ଢେଙ୍କାନାଳ ଗସ୍ତ

ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସଚିବ ଅଞ୍ଜନା ଚୋପ୍ରା ଢେଙ୍କାନାଳ ଗସ୍ତରେ ଆସିଛନ୍ତି । ସ୍ଥାନୀୟ ସର୍କିଟ ହାଉସ ଠାରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଙ୍କ ସମେତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

ବର୍ତମାନ ଢେଙ୍କାନାଳରେ କୋରନା ପରିସ୍ଥିତି, କୋରନା ଦ୍ୱାରା ମୃତ୍ୟୁ ବରଣ କରିଥିବା ୨୪୪ ଜଣ ଏବଂ ଅନ୍ୟାନ୍ୟ ୫୯ ଜଣଙ୍କର ପରିବାରଙ୍କୁ କୋରନା ମୃତ୍ୟୁ ଜନିତ ସହାୟତା ପ୍ରଦାନ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ, ଉପଜିଲ୍ଲାପାଳ ଶ୍ରୀମତୀ ସ୍ନିଗ୍ଧା ରାଣୀ ଧଳ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପରମାନନ୍ଦ ପୃଷ୍ଟି, ଗଁଦିଆ ବିଡ଼ିଓ ଆଶିଷ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରମୁଖ ଶାସନ ସଚିବ କୋଭିଡ଼ ହସ୍ପିଟାଲ ପରିଦର୍ଶନ କରି କୋଭିଡ଼ ଟେଷ୍ଟ ଏବଂ ଟୀକାକରଣ ସମ୍ବନ୍ଧରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକରିଣୀ ସୁଜାତା ରାଣୀ ମିଶ୍ରଙ୍କ ସହ ଆଲୋଚନା କରିବା ସହ କୋଭିଡ଼ ର ତୃତୀୟ ଲହର ପାଇଁ ପୂର୍ଣ୍ଣ ପ୍ରସ୍ତୁତି ରହିବାକୁ ପରାମର୍ଶ ଦେଇଥିଲେ ।

ଏହାପରେ ବେଲଟିକିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି କୋଭିଡର ମୁକାବିଲା ଓ ଚିକିତ୍ସା ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ । ସେ ଗଁଦିଆ କୋ ଅପରେଟିଭି ସୋସାଇଟି ପରିଦର୍ଶନ କରି ଚାଷୀମାନଙ୍କୁ ମିଳୁଥିବା ସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ । ଏହାପରେ ମହାପଦରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଉଥିବା ଛତୁ ଚାଷ ଏବଂ କେନ୍ଦୁପଡା ଠାରେ ମା ସରସ୍ଵତୀ ମହିଳା ସହାୟକ ଗୋଷ୍ଠୀ ଦ୍ୱାରା କରାଯାଉଥିବା ଅଣ୍ଡା ଦିଆ କୁକୁଡ଼ା ଚାଷ ଫାର୍ମ ପରିଦର୍ଶନ କରି ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ ।

new life
You might also like
error: Content is protected !!