ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସିଥିବା ଅନୁସୂଚିତ ଜାତି ଓ ଜନଜାତି ସଚିବ ପ୍ରମୁଖ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ଆଜି ଦିନ କାମାକ୍ଷାନଗର ବ୍ଳକ ଶ୍ରୀମୁଳା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜକୁମାର ସେଠୀ, ଜିଲ୍ଲା ଗ୍ରାମ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଶ୍ରୀଯୁକ୍ତ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଉପମୂଖ୍ୟ ଚିକିତ୍ସା ଅଧିକାରୀ, ଏନ୍ ଏଚ୍ ଏମ୍ ଡିପିମ୍, କାମାକ୍ଷାନଗର ଉପଜିଲ୍ଲାପାଲ ଓ ଗୋଷ୍ଠୀ ଉନ୍ନୟନ ଅଧୀକାରୀ, ଅଳାଁବେରେଣୀ ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ଅଧିକାରୀ, ତୁମୁସିଂହା ଓ କଣ୍ଟାପାଳ ସରପଞ୍ଚ ଏବଂ ଅନାନ୍ୟ ପଦଧାକାରୀ ଉପସ୍ଥିତ ଥିଲେ ।
ଶ୍ରୀମତୀ ରଞ୍ଜନା ଚୋପ୍ରା ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ ବିଭାଗ ଯଥା ବିର୍ହିବିଭାଗ, ପ୍ରସୂତୀବିଭାଗ, ନିଦାନ ବିଭାଗ, ନିରାମୟ, ପୁରୁଷ ଓ ମହିଳା ୱାର୍ଡ ଇତ୍ୟାଦି ବୁଲି ଦେଖିଥିଲେ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଉପସ୍ଥିତ ଥିବା ପ୍ରସୂତି ମହିଳା ଏବଂ ଅନାନ୍ୟ ରୋଗୀମାନଙ୍କ ଠାରୁ ସ୍ୱାସ୍ଥ୍ୟ କେନ୍ଦତରଫରୁ ମିଳୁଥିବା ବିଭିନ୍ନ ସେବାର ମାନ ସମ୍ବନ୍ଧରେ ପଚାରିବୁଝିଥିଲେ ।
ଉପସ୍ଥିତ ତୁମୁସିଂହା ଓ କଣ୍ଟାପାଳ ସରପଞ୍ଚ ଶ୍ରୀଯୁକ୍ତ ମୀନକେତନ ନାୟକ ଏବଂ ଶ୍ରୀଯୁକ୍ତ ଶତ୍ରୁଘ୍ନ ମହାକୁଡ ସ୍ୱାସ୍ଥ୍ୟକେନ୍ଦ୍ରଟି ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରୁ ପ୍ରାୟ ୩୫ କିମି ହେଇଥିବାରୁ, ଗର୍ଭବତୀ ମହିଳାମାନଙ୍କ ଚିକିତ୍ସା ନିମନ୍ତେ ସପ୍ତାହକୁ ଅତ୍ୟନ୍ତ ଦିନଟିଏ ସ୍ତ୍ରୀରୋଗ ବିଶେଷଜ୍ଞ ଆସିବା ବ୍ୟବସ୍ଥା କରିବା ନିମନ୍ତେ ଶ୍ରୀମତୀ ଚୋପ୍ରାଙ୍କୁ ଅନୁରୋଧ କରିଥିଲେ । ଏହି ବିଷୟରେ ଉପଯୁକ୍ତ ପଦକ୍ଷେପ ନେବା ନିମନ୍ତେ ଶ୍ରୀମତୀ ଚୋପ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରମବାସୀଙ୍କୁ ତରଫରୁ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ବେହେରା ରୋଗୀମାନଙ୍କ ସୁବିଧା ପାଇଁ ଏକ ରୋଗୀ ପ୍ରତିକ୍ଷା ପ୍ରକୋଷ୍ଠ ନିର୍ମାଣ ନିମନ୍ତେ ଅନୁରୋଧ କରିଥିଲେ ।
