News
lipub
samparksetu

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଢ଼େଙ୍କାନାଳ ଜିଲ୍ଲା ସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଚଳିତ ମାସ ୮ ତାରିଖ ଦିନ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଦିବସକୁ ପାଳନ କରିବା ନିମନ୍ତେ କମ୍ପାନୀର ସିଏସ୍‌ଆର୍ ବିଭାଗ ପକ୍ଷରୁ ସ୍ଥାନୀୟ ଗ୍ରାମଗୁଡିକର ସଫଳତା ହାସଲ କରିଥିବା
ମହିଳାମାନଙ୍କୁ ନେଇ ପ୍ଲାଚା୍ ସନ୍ନିକଟ ନୂଆଗାଁ ଗ୍ରାମରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ମୁଖ୍ୟ ଅତିଥି ଭାବରେ ଅନୁଗୁଳ ଜିଲ୍ଲାର ସହକାରୀ ଜିଲ୍ଲାପାଳ ମଧୁସ୍ମିତା ବିଶି ଏହି ସମାରୋହକୁ ସମ୍ବୋଧିତ କରିବା ସହିତ ସଫଳତା ହାସଲ କରିଥିବା ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ, ଟାଟା ଷ୍ଟିଲ୍ ଓଡିଶାର ସିଏସ୍‌ଆର୍ ମୁଖ୍ୟ ଡଃ ଅମ୍ବିକା ନନ୍ଦ, ଟାଟା ଷ୍ଟିଲ୍ ମେରାମଣ୍ଡଳୀର ସିଏସ୍‌ଆର୍ ମୁଖ୍ୟ ଦିବ୍ୟହାସ ରାୟ, ଟାଟା ଷ୍ଟିଲ୍ ମେରାମଣ୍ଡଳୀ ମେଡିକାଲ ସର୍ଭିସେସ୍‌ର ବରିଷ୍ଠ ରେଜିଷ୍ଟ୍ରାର୍ ଡଃ ଆତ୍ମଯା ପଟ୍ଟନାୟକ, ଟାଟା ଷ୍ଟିଲ୍ ମେରାମଣ୍ଡଳୀ ସିଏସ୍‌ଆର୍ ବିଭାଗର ବରିଷ୍ଠ ପ୍ରବନ୍ଧକ ଆଶୁତୋଷ ଦାସ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ୍‌, ଢେଙ୍କାନାଳ ଜିଲ୍ଲାର ଓଡପଡା ଓ ହିନ୍ଦୋଳ ବ୍ଲକ୍‌ରେ ଥିବା ଗ୍ରାମଗୁଡିକରୁ ପନିପରିବା ଚାଷ ଓ ଯୋଗାଣ କ୍ଷେତ୍ରରେ ବିନ୍ଦୁ ସାଗରକରଣ, ତରଳ ଡିସ୍ ୱାସ୍ ପ୍ରସ୍ତୁତି କ୍ଷେତ୍ରରେ ପୁଷ୍ପଲତା ସାହୁ ଏବଂ ଷ୍ଟେସନାରୀ ଦୋକାନ ପାଇଁ ସୁମିତ୍ରା ଭୋଇଙ୍କ ପରି ତିନି ଜଣ ମହିଳା ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏତଦ୍‌ବ୍ୟତୀତ, ଫିନାଇଲ ପ୍ରସ୍ତୁତିରେ ମା ଅନ୍ନପୂର୍ଣ୍ଣା ଓ ମତ୍ସ୍ୟଚାଷରେ ମା ବନାଦେବୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହି ଅବସରରେ
ସମ୍ମାନୀତ କରାଯାଇଥିଲା । ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ସହାୟତା ପ୍ରାପ୍ତ ୧୪୩୫ ସଦସ୍ୟ ବିଶିଷ୍ଟ ଏହି ଅଂଚଳର ସର୍ବବୃହତ ସମବାୟ ସମିତି, ଗୃହଲକ୍ଷ୍ମୀ ସମବାୟ ସମିତି ମଧ୍ୟ ଏହି
କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଛତୁ ଚାଷ, ଧୂପକାଠି ପ୍ରସ୍ତୁତି, ଫିନାଇଲ ପ୍ରସ୍ତୁତି, ମାସ୍କ ତିଆରି, ତେଜରାତି ଦୋକାନ ପରିଚାଳନା, ଲୁଗା ଦୋକାନ, କୁକୁଡା ଚାଷ, ପନିପରିବା ମଣ୍ଡି, ସିଲାଇକାମ ଇତ୍ୟାଦି ବିଭିନ୍ନ ଉଦ୍ୟୋଗଗୁଡିକୁ ଗୃହଲକ୍ଷ୍ମୀ ସମବାୟ ସମିତି ପକ୍ଷରୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି ।ଏଥିସହିତ, ମହିଳା କର୍ମଚାରୀମାନଙ୍କର ଅବଦାନକୁ ପ୍ରଶଂସା କରି ଏକ ଉଚାମ ଭବିଷ୍ୟତ ନିର୍ମାଣ ନିମନ୍ତେ ସେମାନଙ୍କୁ ଉତ୍ସାହିତ କରିବା ଏବଂ ପ୍ରେରଣା ଦେବା ପାଇଁ କମ୍ପାନୀ ପ୍ଲାଚା୍ ପରିସରରେ ଥିବା ବିଭିନ୍ନ ବିଭାଗରେ ଏହି ଦିବସକୁ ଅତି ନିଆରା ଢଙ୍ଗରେ ପାଳନ କରାଯାଇଥିଲା ।

new life
You might also like
error: Content is protected !!