News
lipub
samparksetu

ସୁନା ଲୁଟ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଶଶାପଶି ଗ୍ରାମର ଜନୈକା ମହିଳାଙ୍କ ଠାରୁ ସୁନାହାର ଭର୍ତ୍ତି ଭ୍ୟାନିଟି ବ୍ୟାଗ ଚୋରି ହୋଇ ଯାଇଥିବା ବେଳେ ପୋଲିସ ୨୪ ଘଣ୍ଟା ମଧ୍ୟରେ ଲୁଟେରାଙ୍କୁ କାବୁ କରି
ଏକ କାର ସହିତ ସୁନାଚେନ ଜବତ କରିଥିବାର ଜଣାପଡିଛି ।

କାମାକ୍ଷାନଗର ଥାନା ଶଶାପଶି ଗ୍ରାମର ଶଶିରେଖା ବେହେରା ପହିଲି ରଜ ଦିନ ଗୋଟାଏ ସମୟରେ ନିଜ ମାରୁତି ଡିଜାୟାର ରେ ଥିବା ଏକ ଭ୍ୟାନିଟି ବ୍ୟାଗକୁ କେହି ଚୋରାଇ ନେଇଥିବାର ଥାନାରେ ଅଭିଯୋଗ କରିଥିଲେ । ଭ୍ୟାନିଟି ବ୍ୟାଗରେ ଏକ ରାଣୀ ସୁନାହାର ,ଚୋକର ହାର ସହିତ ନଗଦ ୩ ହଜାର ଟଙ୍କା ରହିଥିଲା । ଏ ସଂକ୍ରାନ୍ତରେ ସେ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪୦୮/୨୩ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇ ଥିଲେ ।

ପୋଲିସ ତଦନ୍ତ ସମୟରେ ଏହି ଲୁଟ ଘଟଣାରେ କାମାକ୍ଷାନଗର ଥାନା ଦିଘି ଉପର ସାହିର ଡମ୍ବରୁଧର ମଲ୍ଲିକଙ୍କ ପୁଅ ରୂପକ କୁମାର ମଲ୍ଲିକ ଙ୍କୁ ଗିରଫ କରିଥିଲେ । ତା ଠାରୁ ପୋଲିସ ଏକ ମାରୁତି ଡିଜାୟାର କାର ସହିତ ରାଣୀ ହାର, ଚୋକର ହାର,ଭ୍ୟାନିଟି ବ୍ୟାଗ,୩ଟି ଇମିଟେସନ ଚୁଡି,୨ଟି ଚେନ,ଗୋଟିଏ ସୁନା କାନଫୁଲ ଜବତ କରିଛି । ରୂପକ ପୋଲିସ ସମ୍ମୁଖରେ ଲୁଟ ଘଟଣାକୁ ମାନିଥିବା ବେଳେ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରା ଯାଇଥିବାର ଜଣାପଡିଛି ।

new life
You might also like
error: Content is protected !!