News
lipub
samparksetu

ଅସ୍ଥାୟୀ ଘରେ ଚାଲୁଛି ତୁମୁଁସିଙ୍ଗା ହୋମିଓପାଥିକ ମେଡ଼ିକାଲ

ଦଶ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଅସ୍ଥାୟୀ ଘରେ ଚାଲୁଛି ତୁମୁଁସିଙ୍ଗା ହୋମିଓପାଥିକ ମେଡ଼ିକାଲ। ଗୋଟିଏ ପରେ ଗୋଟିଏ ଠିକଣା ବଦଳିଛି ହେଲେ ସ୍ଥାୟୀ ଠିକଣା ମିଳି ପାରି ନାହିଁ। ଦୁଇ ବର୍ଷ ତଳେ ଏ ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରସାରଣ ପରେ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ଡାକ୍ତରଖାନା ଗୃହ ନିର୍ମାଣ କରିଥିଲେ।

ଡ଼ାକ୍ତରଖାନା ଗୃହ ନିର୍ମାଣ ଆରମ୍ଭ ସମୟରେ ଠିକାଦାରଙ୍କ ଅବହେଳା ଯୋଗୁଁ ଜଣେ ଶ୍ରମିକ ମୃତ୍ୟୁ ବରଣ କରିଥିଲା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିଲେ। ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଠିକାଦାର ମାସ ମାସ ଧରି କାମ ବନ୍ଦ କରି ବନବାସ ପଳାଇଲେ। ତେବେ ଯାହା ହେଉ ପରବର୍ତ୍ତୀ ସମୟରେ ଘର କାମ ଆରମ୍ଭ ହୋଇଥିଲା।

ଘର କାମ ଆରମ୍ଭ ହେବା ଠାରୁ ଏ ପର୍ଯ୍ୟନ୍ତ ଦୁଇ ବର୍ଷ ହୋଇଗଲାଣି ତଥାପି ଅଧା ଖଣ୍ଡିଆ ହୋଇ ପଡ଼ିଛି। ପାଚେରୀ ଅଧା ସାଙ୍ଗକୁ ଚାରି ପାଖରେ ପାଣି କାଦୁଅରେ ଭର୍ତ୍ତି, ଦେଖିଲେ ଲାଗୁଛି ପରିତ୍ୟକ୍ତ ଘର। ଡାକ୍ତରଙ୍କ ମତାମତ ନେବାରୁ ଜାଣିବାକୁ ମିଳିଲା ଠିକାଦାର ଅଧା କାମ କରି ଛାଡ଼ି ଦେଇଛନ୍ତି।

ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଡାକ୍ତରଖାନା ଗୃହ ନିର୍ମାଣ ହେଉଛି ହେଲେ ଅସ୍ଥାୟୀ ଘରେ ରୋଗୀ ସେବା ଚାଲିଛି। ତା ଛଡା ଯେଉଁ ଅସ୍ଥାୟୀ ଘରେ ଡାକ୍ତରଖାନା ଚାଲୁଅଛି ତାହା ଶ୍ରୀମୂଳା ଗାଁ ର କୃଷକ ଭବନ। ଏଠାରେ ଅସ୍ଥାୟୀ ଭାବରେ ଡାକ୍ତରଖାନା ଚାଲୁଥିବା କାରଣରୁ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

new life
You might also like
error: Content is protected !!