News
lipub
samparksetu

ନବୋଦୟ ପରୀକ୍ଷା ଦେବା ସମୟ ରେ ଛାତ୍ରୀ ଅଂଶୁଘାତ ର ଶିକାର

କାମାକ୍ଷାନଗର ବ୍ଲକ କଣ୍ଟାପାଳ ଗ୍ରାମ ର ଦୀପ୍ତିମୟୀ ବେହେରା ନବୋଦୟ ବିଦ୍ୟାଳୟ ଏଣ୍ଟ୍ରାନ୍ସ୍ ଦେବା ନିମନ୍ତେ କଣ୍ଟାପାଳ ଗାଁ ରୁ ଆଜି କାମାକ୍ଷାନଗର ଯାଇଥିବା ସମୟରେ ଅଂଶୁଘାତର ଶିକାର ହୋଇଥିଲା।

ସୂଚନା ଅନୁସାରେ ବାଳିକା ଉଚ୍ଚ ବିଦ୍ୟାଳୟ ରେ ନବୋଦୟ ପରୀକ୍ଷା କରାଯାଇଥିଲା l ତାଙ୍କ ବାପା ଙ୍କ କହିବାଅନୁସାରେ ପରୀକ୍ଷା ହଲ ରେ କଣ ବ୍ୟବସ୍ଥା କରାଯାଇଥିଲା ସେ ଜାଣିନାହାନ୍ତି l ପରୀକ୍ଷା ହଲ ଭିତରକୁ ଜେମୋଟ୍ରି ବାକ୍ସ କିମ୍ୱା ପାଣି ବୋତଲ ଛାଡ଼ୁନଥିଲେ l ବୈଶାଖୀ ମାସର ଡ଼ହ ଡହ ଖରାରେ ଦିନ ୧୧:୩୦ ରୁ ଅପରାହ୍ନ ୧:୩୦ ପର୍ଯ୍ୟନ୍ତ ନବୋଦୟ ବିଦ୍ୟାଳୟରେ ପାଠପଢ଼ା ପାଇଁ ପରୀକ୍ଷା କରାଉଛନ୍ତି।

ଯେଉଁ ସମୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩ଂ ଛୁଉଁଛି ଆଉ ଲୋକମାନେ ଘରୁ ପଦାକୁ ବାହାରିବାକୁ ଭୟ କରୁଛନ୍ତି ସେହି ସମୟରେ ସରକାର କିପରି ମେଧାବୀ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ଏନେଇ ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚl ହୋଇଛି l

new life
You might also like
error: Content is protected !!