News
lipub
samparksetu

ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜା ଓ ଟାଟା ବିଏସଏଲ ଆଲୋଚନା ;କ୍ଷତିଗ୍ରସ୍ତ ଯୁବକ-ଯୁବତୀଙ୍କୁ ମିଳିବ ନିଯୁକ୍ତି

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ୍ କଣ୍ଟାବଣିଆ ସ୍ଥିତ ଟାଟା ବିଏସଏଲ ପରିସରରେ ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଙ୍ଘ,ବ୍ରାହ୍ମଣୀ ଟ୍ରକ ମାଲିକ ସଙ୍ଘ ଓ ଟାଟା ବିଏସଏଲ ମଧ୍ୟରେ ତ୍ରୀପାକ୍ଷିକ ଆଲୋଚନା ଅନୁଷ୍ଠତି ହୋଇଯାଇଛି । ଦୁଇ ସଙ୍ଘ ପକ୍ଷରୁ ୭ ଦଫା ଦାବୀକୁ ନେଇ ଆଲୋଚନା ହୋଇଥିବା ବେଳେ କ୍ଷତିଗ୍ରସ୍ତ ପ୍ରଜା ଓ ଜମିହରା ପ୍ରଜା ମାନଙ୍କୁ ଶିକ୍ଷ।ଗତ ଯୋଗ୍ୟତା ଅନୁସାରେ ନିଯୁକ୍ତି ଦେବା ଉପରେ ଆଲୋଚନା କରାଯାଇଥଲା ।

ଅଗ୍ରାଧୀିକାର ଭିତ୍ତିରେ ଯୋଗ୍ୟ ପ୍ରାର୍ଥୀ ଙ୍କୁ ନିଯୁକ୍ତି ଦେବା ପାଇଁ ସମ୍ମତି ପ୍ରକାଶ ପାଇଛି ।ସେହିପରି ଆଇଟିଆଇ ପିଲାମାନଙ୍କୁ ମାଗଣାରେ ଆପ୍ରେନଟିସ ସହିତ ୫ ପ୍ରତିଶତ ପ୍ରାର୍ଥୀଙ୍କୁ ମାର୍କରେ ଅଗ୍ରାଧିକାରୀ ପ୍ରଦାନ କରାଯିବ । ଭୂଷଣ କାରଖାନା ସମୟରେ ପ୍ରଚଳିତ ତାରତମ୍ୟ ଦରମାକୁ ବାତିଲ କରି ଟାଟା କମ୍ପାନୀ
ସମାନ ଚାକିରୀକୁ ସମାନ ଦରମା ଦେବାକୁ ସମ୍ମତି ପ୍ରକାଶ ପାଇଥିଲା । ଜମିହରା ପ୍ରଜା ଏବଂ କ୍ଷତିଗ୍ରସ୍ତ ପ୍ରଜା ମାନଙ୍କ ପାଇଁ କମ୍ପ୍ୟୁଟରରେ ଏକ ସ୍ୱତନ୍ତ୍ର ୱେବସାଇଟ ଖୋଲାଯାଇ ଚାକିରୀ ପାଇଁ ଦରଖାସ୍ତ ଆହ୍ୱାନ କରାଯିବ, ଫଳରେ ଆଞ୍ଚଳିକ ସ୍ତରରେ ସମସ୍ତ ଆଶାୟୀ ପ୍ରାର୍ଥୀ ସମସ୍ତ ତଥ୍ୟ ପାଇପାରିବେ ।

ଓଡାପଡା ବକ୍ଲ ମେରାମଣ୍ଡଳୀ ଠାରୁ ବଅଁରପାଳ ପର୍ଯ୍ୟନ୍ତ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବ।ରୁ ଏହାର ନିରାକରଣ ପାଇଁ ଟାଟା କମ୍ପାନୀ ପଦକ୍ଷେପ ନେବା ସହିତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବାକୁ କମ୍ପାନୀ ସହମତି ପ୍ରକାଶ କରିଛି । ଏହା ସହିତ ସ୍ଥାନୀୟ ଲୋକମାନଙ୍କ ପାଇଁ ଏକ ଅତ୍ୟାଧୁନିକ ମେଡିକାଲ ଖୋଲିବାକୁ ପ୍ରତିଶ୍ରୁତି ଦେଇଛି ।

ସେହିପରି ଟ୍ରକ ମାଲିକ ସଙ୍ଘର ଦାବୀ ଅନୁସାରେ କାରଖାନାରୁ ମାଲ ନେବା ଆଣିବା କରିବା , ରାଜ୍ୟ ବାହାର ଏବଂ ଭିତରେ ୫୦ ପ୍ରତିଶତ ମାଲ ପରିବହନକୁ ମଧ୍ୟ କାରଖାନା କର୍ତ୍ତୁପକ୍ଷ ରାଜି ହୋଇଥିବାବେଳେ କାରଖାନା ଭିତରେ ୩୦ ଭାଗ ପରିବହନ କାର୍ଯ୍ୟ ଟ୍ରକ ମାଲିକ ସଙ୍ଘ ଦାବୀ କରିଥିବା ବେଳେ ଏହାର ବିଚାର ଖବୁ ଶିଘ୍ର କରିବାକୁ କର୍ତ୍ତୁପକ୍ଷ ପ୍ରକାଶ କରିଛନ୍ତି ।

ଏହି ଆଲୋଚନାରେ କ୍ଷତିଗ୍ରସ୍ତ ପ୍ରଜା ସଙ୍ଘର ସଭାପତି ଗଙ୍ଗାଧର ସାମଲ, ବିଧାୟକ ସୁଧୀର କୁମାର ସାମଲ,ବିଜୟ ଧଳ,ନରେନ୍ଦ୍ର ସାହୁ,ଅଖିଳ ମହାପାତ୍ର, ପଙ୍କଜ ଲୋଚନ ସାହୁ,ବିନୋଦ ସାହୁଙ୍କ ସହିତ ଟାଟା କାରଖାନାର ଚିଫ କରପୋରେଟର ମୋହତି ଦାସଙ୍କ ସହତି ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ ।

new life
You might also like
error: Content is protected !!